ପରୀକ୍ଷାର୍ଥୀମାନେ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ପରୀକ୍ଷା ଦେବେ । ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭିଡ ଗାଇଡଲାଇନ ପାଳନ ସହ କିପରି ସଠିକ ଭାବେ ପରୀକ୍ଷା ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ବୋର୍ଡ ମୁଖ୍ୟ କାର୍ଯ୍ଯାଳୟ କଟକରେ ରହିବ କଣ୍ଟ୍ରୋଲ ରୁମ୍। କପିକରୁଥିବାର ଯଦି କେହି ପରୀକ୍ଷାର୍ଥୀ ଧରା ପଡି ଏମପି ହେଲେ ଆଉ ଜୀବନରେ ସୁଯୋଗ ମିଳିବ ନାହିଁ ବୋଲି ବର୍ଡ ପକ୍ଷରୁ କୁହାଯାଇଛି।