ଅନ୍ତର୍ଜାତୀୟଜାତୀୟ

ଜନସନ୍ ବେବି ପାଉଡର୍ ଯୋଗୁଁ ହେଉଛି କ୍ୟାନସର୍, ରୁହନ୍ତୁ ସାବଧାନ! ଖୁବ୍ ଶୀଘ୍ର ବିଶ୍ୱବ୍ୟାପୀ ହୋଇପାରେ ବ୍ୟାନ୍

ନୂଆଦିଲ୍ଲୀ () ଛୋଟ ଛୁଆ ଓ ମହିଳାଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ର ଟାଲ୍କ ଆଧାରିତ ବେବି ପାଉଡର୍ ଏବେ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଏହି ପାଉଡର୍ କାରଣରୁ କ୍ୟାନସର୍ ହେଉଥିବା ଖବର ସାମନାକୁ ଆସିଛି । ତେଣୁ ଏହାକୁ ଖୁବ୍ ଶୀଘ୍ର ବିଭିନ୍ନ ଦେଶରେ ବ୍ୟାନ୍ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂରା ଦୁନିଆରେ ଏହି ପାଉଡର୍ ଉପରେ ପ୍ରତିବନ୍ଧକ ଲାଗିପାରେ । ବ୍ରିଟେନ୍ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ର ଜଣେ ଶେୟାର୍ ହୋଲ୍ଡର୍ କମ୍ପାନୀର ବେବି ପାଉଡର୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ।

ଦି ଗାର୍ଡିଆନ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜନସନ ଆଣ୍ଡ ଜନସନ୍ ନିଜର ବେବି ପାଉଡର୍ ପ୍ରଡକ୍ଟକୁ ୨୦୨୦ ମସିହାରେ ଆମେରିକା ଏବଂ କାନାଡାରେ ବିକ୍ରି କରିବା ବନ୍ଦ କରିଦେଇଥିଲା । ବାସ୍ତବରେ, ଆମେରିକାର ନିୟାମକ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଜନସନ ଆଣ୍ଡ ଜନସନ୍ କମ୍ପାନୀର ବେବି ପାଉଡରର ନମୁନାରେ କାର୍ସିନୋଜେନିକ୍ କ୍ରିସୋଟାଇଲ୍ ଫାଇବର ମିଳିଥିଲା । ଯାହା ପରେ ଏହି ପାଉଡର୍ ବିକ୍ରି ହାର ହ୍ରାସ ପାଇଥିଲା । ସୂଚନାଯୋଗ୍ୟ, ଜନସନ୍ ଆଣ୍ଡ ଜନସନ୍ କମ୍ପାନି ବର୍ତ୍ତମାନ ୩୪ ହଜାରରୁ ଅଧିକ ମାମଲାର ସାମନାକୁ କରୁଛି । ଏଥି ମଧ୍ୟରୁ ଅନେକ ମାମଲା ମହିଳାଙ୍କ ଦ୍ୱାରା କରାଯାଇଛି । ଅଭିଯୋଗ ରହିଛି ଯେ, ବେବି ପାଉଡର୍ ବ୍ୟବହାର କରିବା ପରେ ଓଭାରିନ୍ କ୍ୟାନସର୍ ଶିକାର ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com