
ନୂଆଦିଲ୍ଲୀ : ହରିୟାଣା ରୋହତକରୁ ଏକ ଚାଞ୍ଚଲ୍ୟ କର ଖବର ସାମ୍ନାକୁ ଆସିଛି । ଗୋଟିଏ ସୁଟ୍କେଶ ଭିତରୁ ଉଦ୍ଧାର ହୋଇଛି କଂଗ୍ରେସ ନେତ୍ରୀଙ୍କ ମୃତଦେହ । ସୁଟ୍କେଶଟି ସହରର ଏକ ବସଷ୍ଟାଣ୍ଡ ନିକଟରେ ପଡିଥିଲା । ଏହାକୁ ଖୋଲିବାରୁ ଭିତରୁ ମିଳିଥିଲା ମୃତଦେହ । ମୃତକ ୨୨ ବର୍ଷୀୟା ହିମାନୀ ନରୱାଲ ବୋଲି ଜଣାପଡିଛି । ସେ କଂଗ୍ରେସ କର୍ମୀ ହୋଇଥିବାବେଳେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ନଜର ଆସିଥିଲେ ।
ହିମାନୀ କଂଗ୍ରେସର ଜଣେ ସକ୍ରିୟ ନେତ୍ରୀ ଥିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ତାଙ୍କୁ ଦେଖିବାକୁ ମିଳିଥିଲା । ହରିୟାଣା ବିଧାନସଭା ନିର୍ବାଚନ ବେଳେ ସେ ଦୀପେନ୍ଦର ହୁଦା ଓ ଭୁପେନ୍ଦର ହୁଦାଙ୍କ ପାଇଁ ରୋହତକରେ ପ୍ରଚାର କରିଥିଲେ । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣାର ଏସ୍ଆଇଟି ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।