ଜାତୀୟରାଜନୀତି

ଯୋଗୀ ବିପକ୍ଷରେ ଲଢ଼ିବେ ସ୍ୱଭାବତୀ

ନୂଆଦିଲ୍ଲୀ: ସରଗରମ ହେଉଛି ଉତ୍ତରପ୍ରଦେଶ ରାଜନୀତି । ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ତାର ୨୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଘୋଷଣା ତାଲିକାରେ ଗୋରଖପୁର ସହରାଞ୍ଚଳ ନିର୍ବଚନ ପାଇଁ ପ୍ରାର୍ଥୀ ଦେଇଛି ଦଳ । ଚଳିତ ନିର୍ବାଚନରେ ବିଜେପି ଗୋରଖପୁର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପାର୍ଥୀ କରିଥିବା ବେଳେ, ସମାଜବାଦୀ ପାର୍ଟି ସ୍ବଭାବତୀ ଶୁକ୍ଳାଙ୍କୁ ପ୍ରାର୍ଥୀ କରିଛି । ସ୍ବଭାବତୀ ଶୁକ୍ଳା ହେଉଛନ୍ତି ଗୋରଖପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସ୍ବର୍ଗତ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କ ପତ୍ନୀ । ବର୍ତ୍ତମାନ ନିର୍ବାଚନ ମୈଦାନରେ ଯୋଗୀ ଓ ସ୍ୱଭାବତୀଙ୍କ ମଧ୍ୟରେ ଟକ୍କର ହେବ । ଖାଲି ସେତିକି ନୁହେଁ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ମୁବାରକପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ତେବେ ଉତ୍ତର ପ୍ରଦେଶରେ ମୋଟ୍‍ ୭ଟି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com