ଓଡ଼ିଶା

ଅଭିଯୋଗ ବାକ୍ସ ଧରି ଡୋର ଟୁ ଡୋର ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

ଫୁଲନଖରା: ନିର୍ବାଚନରେ ଜନମତକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ନାନାଦି ପ୍ରକାର କୌଶଳ ଅବଳମ୍ବନ କରୁଛନ୍ତି। ଏପରି ଏକ ଅଭିନବ ପ୍ରଚାର ଶୈଳୀ ଦେଖିବାକୁ ମିଳିଛି ବାରଙ୍ଗ ବ୍ଲକ କୁରାଙ୍ଗଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଝରିଲୋ ଗ୍ରାମରେ। ଏହି ଗ୍ରାମର ସନ୍ତୋଷକୁମାର ସିହ୍ନା ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି। ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କ ଅଭାବ, ଅସୁବିଧା ଓ ସମସ୍ୟା ବାବଦରେ ପଚାରି ବୁଝୁଛନ୍ତି। ଏଥିପାଇଁ ସେ ନିଜ ଦୁଇ ଚକିଆ ଯାନରେ ଏକ ଅଭିଯୋଗ ବାକ୍ସ ରଖିଛନ୍ତି।
ଯାହାର ଯେ କୌଣସି ପ୍ରକାର ସମସ୍ୟା, ଆପତ୍ତି କିମ୍ବା ପରାମର୍ଶ ଥିବ ସେ ସଂକ୍ଷେପରେ ତାକୁ ଲିଖିତ ଆକାରରେ ଉକ୍ତ ବାକ୍ସରେ ପକାଇବାକୁ ଅନୁରୋଧ କରୁଛନ୍ତି। ନିର୍ବାଚନ ପରେ ପ୍ରାର୍ଥୀ ଜିତିଲେ କିମ୍ବା ହାରିଲେ ମଧ୍ୟ ସଂଗୃହୀତ ଅଭିଯୋଗଗୁଡ଼ିକର ତର୍ଜମା କରି ସେ ସବୁର ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି ଶ୍ରୀ ସିହ୍ନା କହି ବୁଲୁଛନ୍ତି। ଏପରି ପ୍ରଚାରକୁ ନେଇ କୁରାଙ୍ଗଶାସନ ପଞ୍ଚାୟତର ଜନତାଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com