ଓଡ଼ିଶା

ବିରୋଧୀଙ୍କୁ ଚମକାଇଲା କଂଗ୍ରେସ, ସିଏମ୍‌ସିର ମେୟର ପ୍ରାର୍ଥୀ ପାଇଁ ଏହି ଚର୍ଚ୍ଚିତ ଚେହେରାଙ୍କୁ ଘୋଷଣା କଲା ଦଳ

କଟକ : ପାଖେଇ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସବୁଦଳ ଆରମ୍ଭ କଲେଣି ରଣନୀତି । ତେବେ ଏସବୁ ଭିତରେ କଂଗ୍ରେସ ଦଳ ଆଗକୁ ଦୁଇ ପାଦ ପକାଇଛି । କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ।
ଖବର ଅନୁଯାୟୀ,  ଗିରିବାଳା ବେହେରାଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି । ପୌର ନିର୍ବାଚନ ପାଇଁ ବସିଥିବା ପ୍ରାର୍ଥୀ ଚୟନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଏନେଇ ସୂଚନା ଦେଇଛନ୍ତି ।
ସେପଟେ ଆଜି ଠାରୁ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହା ଆସନ୍ତା ୭ ତାରିଖ ଯାଏ ଚାଲିବ ।  ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com