ଓଡ଼ିଶା

ରାଜ୍ୟରେ ଝଡ଼ ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ରାଜ୍ୟରେ ୨୬ ଓ ୨୭ ତାରିଖରେ ଆଉଥରେ ପଶ୍ଚିମା ଝଡ଼ ହେବ ବୋଲି ସୂଚନା ମିଳିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ, ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖି ସତର୍କ ରହିବା ପାଇଁ ଆର୍ଲଟ କରିଛନ୍ତି ।

ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ, ୨୬ ତାରିଖ ଦିନ କୋରାପୁଟ, ରାୟଗଡ଼ା, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲା ମାନଙ୍କର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ତେବେ ଝଡ଼ବାତ୍ୟା ପାଇଁ ଏହିସବୁ ଜିଲ୍ଲା ଗୁଡିକୁ ୟେଲୋୱାଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରେ ବର୍ଷାର ମାତ୍ରା ବଢିବ ବୋଲି କୁହାଯାଉଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଜୁଳି, ଘଡଘଡି ସହିତ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହାସହ ପବନର ବେଗ ୩୦ରୁ ୪୦ ବେଗରେ ରହିବ ବୋଲି କୁହାଯାଉଛି । ସ୍ୱତନ୍ତ୍ର ରିଲିଫ କମିସନର, ସମସ୍ତ ଜିଲ୍ଲାପଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com