ଓଡ଼ିଶା

ସ୍କୁଟିରେ ଯାଉଥିବା ବେଳେ ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ଆକ୍ରମଣରେ ଝିଅ ଗୁରୁତର

ଉଦଳା: ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଗୁଳି ଫୁଟାଇ ଲୁଟ । କପ୍ତିପଦା ଥାନା ବାଲେଶ୍ୱର ଗୋଲେଇ ନିକଟରେ ଏପରି ଘଟଣା ଘଟିଛି । ରାଜ୍ୟ ରାଜପଥରେ ଗୁଳି ଫୁଟାଇ ମହିଳାଙ୍କ ବେକରୁ ସୁନାଚେନ ଏବଂ ମୋବାଇଲ ଲୁଟିନେଇଛନ୍ତି ୨ ଦୁର୍ବୃତ୍ତ । ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳାଙ୍କ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀଙ୍କ ନାମ ପ୍ରାଚୀପ୍ରଭା ପଣ୍ଡା । ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍କୁଟିରେ ପ୍ରାଚୀପ୍ରଭା ଏବଂ ତାଙ୍କ ମା ପୁଷ୍ପିତା ପଣ୍ଡା ଯାଉଥିବା ବେଳେ ବନ୍ଧୁକ ଦେଖାଇ ଏବଂ ଗୁଳି ଫୁଟାଇ ଲୁଟିନେଇଛନ୍ତି । କପ୍ତିପଦା ପୋଲିସ ଲୁଟ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com