Featuredଓଡ଼ିଶା

ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ପ୍ରତ୍ୟେକ ମଣିଷର ଇଚ୍ଛାଥାଏ ଯେ, ମୃତ୍ୟୁପରେ ତାଙ୍କ ଶବକୁ ସମ୍ମାନର ସହ ସତ୍କାର କରାଯିବ ବୋଲି। ହେଲେ ଯଦି ସେହି ମଣିଷର ମୃତ୍ୟୁ ପରେ ତାଙ୍କ ଶବକୁ ଶେଷ ସମ୍ମାନ ଦେବାପାଇଁ ପାଖରେ ତାଙ୍କ ପ୍ରିୟଜନ ଉପସ୍ଥିତ ନଥାନ୍ତି ତେବେ ଏହି ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନରେ ଓଡ଼ିଶା-ମୋ ପରିବାର ସହାୟତା କରିଥାଏ । ତେବେ ଆଜି ଏକ ଅଚିହ୍ନା ଶବକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରୁ ଆଣି ସତ୍ୟନଗର ଶ୍ମଶାନରେ ଶବ ସତ୍କାରରେ ସହାୟକ ହୋଇଛି ଓଡ଼ିଶା-ମୋ ପରିବାର ।

ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଲେଭେଲ କ୍ରସିଂ ନିକଟରେ ପଡ଼ି ରହିଥିଲା ପାଖାପାଖି ୩୫ ବର୍ଷିୟା ମହିଳାଙ୍କ ମୃତ ଦେହ। ଏହା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସି ପୋଲିସର ସହାୟତାରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ମର୍ଟମ କରିବାକୁ ନେଇଥିଲା। ପରେ ଏହି ଶବକୁ କୌଣସି ଦାବିଦାର ନଆସିବାରୁ ଶବ ସତ୍କାର କରିବା ପାଇଁ ପୋଲିସ ଓଡ଼ିଶା-ମୋ ପରିବାର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟନାୟକଙ୍କୁ ଅବଗତ କରାଇଥିଲେ । ପରେ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ସମୟରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com