ଓଡ଼ିଶା

ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ୍ ଆଗରେ ବିଜେପିର ଧାରଣା, ଭୋଟର ତାଲିକା ଆପତ୍ତି ଅଭିଯୋଗ ସମୟ ସୀମା ବୃଦ୍ଧି ଦାବି

ଭୁବନେଶ୍ବର() ଗୁରୁବାର ୧୦୭ ପୌର ପରିଷଦ ଏବଂ ୩ ମହାନଗର ନିଗମ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଲା ଭାରତୀୟ ଜନତା ପାର୍ଟି । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ନିର୍ବାଚନ କମିଶନଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲା ବିଜେପି ।

ବିଜେପି ଦାବି କରିଛି- ପୌର ଆଇନ ଓ ମହାନଗର ନିଗମ ଆଇନ ଅନୁଯାୟୀ ଭୋଟର ତାଲିକା ଆପତ୍ତି ଅଭିଯୋଗ ପାଇଁ ୧୦ଦିନ ସମୟ ରହିବା କଥା । ଆୟୋଗ ମାତ୍ର ୬ ଦିନ ସମୟ ଦେଇଛନ୍ତି। ଏହାରି ଭିତରେ ୨ ଦିନ ଛୁଟି ରହୁଛି। ଏହାର ସମୟ ସୀମା ବୃଦ୍ଧି କରାଯାଉ। ଏହାସହ ନିର୍ବାଚନ ଅଧିକାରୀଙ୍କ ଦାବି ଓ ଆପତ୍ତି ଗୁଡ଼ିକର ତଦନ୍ତ ଫଇସଲା ପାଇଁ ମାତ୍ର ଗୋଟିଏ ଦିନ ରହିଛି। ଏହାକୁ ଆଇନ ଅନୁଯାୟୀ ୩ ଦିନ କରିବାକୁ ଦାବି କରିଛି ବିଜେପି। ସେହିଭଳି ଜାନୁୟାରୀ ପହିଲା ପରେ ନୂଆ  ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରିବାକୁ ବିଜେପି ଦାବି କରି ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com