ଓଡ଼ିଶା

ଆସୁଛି ବାତ୍ୟା ‘ମାଣ୍ଡୋସ’: ଓଡ଼ିଶାକୁ ନାହିଁ ପ୍ରଭାବ

ଭୁବନେଶ୍ୱର, ୦୬/୧୨/୨୦୨୨-   ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଏହାର ନାମ ‘ମାଣ୍ଡୋସ’ ରଖାଯାଇଛି ।  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମଙ୍ଗଳବାର ସନ୍ଧ୍ୟାରେ ଅବପାତ ରୂପ ନେବ । ଏବେ ପଶ୍ଚିମ-ଉତ୍ତରରୁ ପଶ୍ଚିମ ଦିଗରେ ଗତି ଅବପାତର ୨୪ ଘଣ୍ଟା ପରେ ଏହା ବାତ୍ୟାର ରୂପ ନେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ରୂପନେବା ସମ୍ଭାବନା ରହିଛି । ତେବେ ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନ ଥିଲେ ବି ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମନରେ ଏଥିପାଇଁ ଛନକା ପଶିଛି ।

ଡିସେମ୍ବର ୮ରେ  ତାମିଲନାଡୁ, ପୁଡୁଚେରୀ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୭ତାରିଖ ମଧ୍ୟ ରାତ୍ରୀ ସୁଦ୍ଧା ତାମିଲନାଡ଼ୁ ଓ ପଣ୍ଡିଚେରୀର ଉତ୍ତର ଉପକୂଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ରେ ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତିପ୍ରବଳ ବର୍ଷିବା ନେଇ ଆଇଏମଡି ପୂର୍ବାନୁମାନ କରିଛି । ‘ମାଣ୍ଡୋସ’ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗର ପବନ ବହିବ । ୭ ତାରିଖରେ ଘଣ୍ଟା ପ୍ରତି ୭୫ କିମି ଓ ୮ ତାରିଖରେ ୭୦-୮୦ କିମି ବେଗରେ ପବନ ବହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com