ଓଡ଼ିଶା

କଟକରୁ 40 ଲକ୍ଷ ଟଙ୍କାର ଧଳା ଜହର ଜବତ, 2 ଗିରଫ

କଟକ() ସିଲଭର ସିଟି କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ଯୋବ୍ରା ତତ୍ତ୍ବବଟ ଅଞ୍ଚଳରେ ଚଢ଼ାଉ କରି ପୋଲିସ ୪୦୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହି ବ୍ରାଉନ ସୁଗାର କାରବାର କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଦୁଇ ଅଭିଯୁକ୍ତଙ୍କ ନାଁ ରାମ ମାରାଣ୍ଡି ଓ ସେକ୍ ଆବିଦ ହୋଇଥିବା ବେଳେ ଉଭୟଙ୍କ ଘର ଜଳେଶ୍ବର ଅଞ୍ଚଳରେ ବୋଲି କହିଛି ପୋଲିସ । ଉଭୟ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି କଟକରେ ବିକ୍ରି କରୁଥିବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି ।

Related Articles

Back to top button
WP Twitter Auto Publish Powered By : XYZScripts.com