ଓଡ଼ିଶା

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୬ ଗୋରୁ ମୃତ, ଅଳ୍ପକେ ବର୍ତ୍ତିଲେ ଫାର୍ମ କର୍ମଚାରୀ

ବୌଦ୍ଧ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁ ମୃତ ୨ ଆହତ । ବଘିଆପଡା ସ୍ଥିତ ପାଲଝାର କୃଷି ଫାର୍ମରେ ବିଦ୍ୟୁତ୍ ଖୁଣ୍ଟ ତଳେ ପଡ଼ି ଅଘଟଣ । ଅଳ୍ପକେ ବର୍ତ୍ତିଲେ ୨ ଫାର୍ମ କର୍ମଚାରୀ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଅପଡ଼ା ଫାଣ୍ଡି ଅନ୍ତର୍ଗତ ପାଲଝାର କୃଷି ଫାର୍ମରେ କିଛି ଲୋକ ଗୋରୁ ଚରାଉଥିଲେ । ହଠାତ ନୂତନ ଭାବେ ପୋତା ଯାଇଥିବା ବିଦ୍ୟୁତ ଖୁମ୍ବ ତଳେ ପଡି ଯାଇଥିଲା ।

ଫଳରେ ନିକଟରେ ଚରୁଥିବ ଗୋରୁ ମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେଠାରେ ୬ ଗୋରୁ ମୃତ୍ୟୁ ହୋଇଥିବା ବେଳେ ୨ ଗୋରୁ ଗୁରୁତର ଆହତ ହୋଇଛନ୍ତି । ସେପଟେ ଫାର୍ମରେ କାର୍ଯ୍ୟରତ ଥିବା ଦୁଇଜଣ ଫାର୍ମ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ବିଦ୍ୟୁତ ଖୁଣ୍ଟ ଦୁର୍ବଳ ଭାବେ ପୋତା ଯାଇଥିବାରୁ ଏହା ଉପୁଡି ପଡିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com