ପୁରୀ : ଗତ ୨୭ ତାରିଖ ପଙ୍କୋଦ୍ଧାର ଏକାଦଶୀ ଅବସରରେ ପୁରୀ ଲୋକନାଥ ପୀଠରେ ଦର୍ଶନରେ ଅବ୍ୟବସ୍ଥା ହୋଇଥିଲା । ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ ପାଇଁ ଆସିଥିବା ବେଳେ ଧାଡିରେ ଆସିବା ପାଇଁ ତାଙ୍କୁ ଲୋକନାଥ ମନ୍ଦିର ସେବାୟତ ମାନେ କହିଥିଲେ । ଯାହାକୁ ନେଇ ଉଭୟ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା ।
ତେବେ ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର ସେବାୟତଙ୍କର ଏକ କମିଟି ଲୋକନାଥ ମନ୍ଦିର ଆସି ଉପଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ । ପଙ୍କୋଦ୍ଧାର ଏକାଦଶୀ ଦିନ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ଦର୍ଶନ ପାଇଁ ସଠିକ ଭାବେ ଛଡାଯାଇନଥିଲା ।
ଶ୍ରୀଲୋକନାଥଙ୍କ ସେବାୟତ ଓ ଶ୍ରୀମନ୍ଦିର ସେବାୟତଙ୍କ ଭିତରେ ପ୍ରଶାସନ ଫାଟ ସୃଷ୍ଟି କରିବାକୁ ଚେଷ୍ଠା କରୁଛି ବୋଲି ବରିଷ୍ଠ ସେବାୟତମାନେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ଉପଜିଲ୍ଲାପାଳ ଖଣ୍ଡନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନ ହୋଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ।
Back to top button