ଓଡ଼ିଶା

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ବ୍ରଜରାଜନଗର() ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡା ହେଲେ ବିଜେପିର ବିଧାୟକ ପ୍ରାର୍ଥୀ । ରାଧାରାଣୀ ପଣ୍ଡାଙ୍କ ଉପରେ ମୋହର ମାରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା ।

ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ରେସରେ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ। ତାଙ୍କୁ ପ୍ରାର୍ଥୀ ପାଇଁ ଦଳ ଚୂଡ଼ାନ୍ତ କରିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର କିଏ ପ୍ରାର୍ଥୀ ହେବେ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com