ଓଡ଼ିଶା

ରାଜଧାନୀରେ ଜମୁଛି ରଜ ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଦୋଳିର ମଜା ଉଠାଉଛନ୍ତି ଲୋକେ

ଭୁବନେଶ୍ବର: ରାଜଧାନୀରେ ଜମୁଛି ରଜ ମହୋତ୍ସବ । ସନ୍ଧ୍ୟାବେଳେ ଚିକମିକ  ଆଲୁଅ, ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସହ ରଜ  ପାନ  ଖାଇ  ଦୋଳି  ଖେଳି  ମଉଜ  କରୁଛନ୍ତି  ରାଜଧାନୀ ବାସିନ୍ଦା । ଭୁବନେଶ୍ବର ଜାଗମରା, ଡମଣା, ଝାରପଡା  ଭଳି  ଅନେକ ସ୍ଥାନରେ ଲୋକେ ରଜ ସେଲିବ୍ରେସନରେ ମସଗୁଲ ଥିବା ଦେଖିବାକୁ ମିଳୁଛି ।

ଜାଗମରାରେ ରଜ ମହୋତ୍ସବ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରଜ ଦୋଳି, ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଭଳିକି  ଭଳି  ଷ୍ଟଲ, ମୀନା ବଜାର ସହ ମେଲୋଡି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି  ରାଜଧାନୀବାସୀ । କିଏ  ସନ୍ଧ୍ୟାର ଚିକମିକ  ଆଲୁଅରେ ସଙ୍ଗୀତ କାର୍ଯ୍ୟକ୍ରମରେ ମତୁଆଲା ହେଉଛି ତ ଆଉ କିଏ  ରଜ ଦୋଳି ଖେଳିବାରେ  ବ୍ୟସ୍ତ । ଆଉ କିଛି ଲୋକ ରଜ ପାନ ଖାଇ, ନୂଆ ପୋଷାକ ପିନ୍ଧି ପରିବାର ସହ ବୁଲିବାକୁ ଆସିଛନ୍ତି  ।

ସେହିପରି ଡମଣାରେ ରଜ ଫେଷ୍ଟିଭାଲରେ ମଧ୍ୟ ନିଆରା ଢଙ୍ଗରେ ପାଳନ ହୋଇଛି ରଜ ପର୍ବ । ରଜ  ଦୋଳିରେ ସେଲ୍ଫି ଉଠାଉଛନ୍ତି ଯୁବତୀ । ଏହାସହ ରଜ ପାନ, ବିଭିନ୍ନ ପାରମ୍ପରିକ ପିଠା ମଧ୍ୟ ବିକ୍ରି ହେଉଛି ।

ସେପଟେ ଝାରପଡା ଅଞ୍ଚଳରେ ମଧ୍ୟ ଆହୁରି ଧୁମଧାମରେ ପାଳନ ହେଉଛି ଏହି ରଜ ପର୍ବ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୁସଜ୍ଜିତ ଦୋଳିରେ ଖେଳିବାକୁ ଛୋଟରୁ ବଡ ସମସ୍ତେ ଲଗାଇଛନ୍ତି ଲମ୍ବା ଲାଇନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com