ଓଡ଼ିଶା

ଅବାଧରେ ଚାଲିଛି ବାଲି ଚୋରି, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ନୀଳଗିରି() ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କାଠପାଳ ଗାଁ ଦେଇ ପ୍ରବାହିତ ସୋନନଦୀ ଏବେ ବାଲି ମାଫିଆଙ୍କ କବଜାରେ ରହିଛି। ଦିନ ରାତି ଏକ କରି ମାଫିଆମାନେ ଲୁଟିନେଉଛନ୍ତି ବାଲି । କୋଟି କୋଟି ଟଙ୍କାର ବାଲି ଚୋରି ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ମାତ୍ର ଦୁଇ କିଲୋମିଟର ଦୂରରେ ଅଯୋଧ୍ୟା ଫାଣ୍ଡି ଥିବାବେଳେ ଫାଣ୍ଡି ପୋଲିସ ସହ ନୀଳଗିରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡ଼ିଛି। ଦୈନିକ ବେଧଡକ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଟ୍ରକ ଯୋଗେ ବାହାରକୁ ଚାଲାଣ ହେଉଛି। ତେବେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com