ଜାତୀୟ

ଓ୍ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ‘ଅଟଳ ଟନେଲ’, ରହିଛି ସମୁଦ୍ର ପତ୍ତନଠୁ ୧୦ ହଜାର ଫୁଟ ଉପରେ

ନୂଆଦିଲ୍ଲୀ() ସମୁଦ୍ର ପତ୍ତନ ଠାରୁ ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଅଟଳ ଟନେଲ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ ଭାବେ ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଐତିହାସିକ ଉତ୍ସବରେ ବର୍ଡର ରୋଡ୍‌ ଅର୍ଗାନାଇଜେସନ (ବିଆରଓ) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ହିମାଚଳ ପ୍ରଦେଶର ଲେହ-ମନାଲି ରାଜପଥରେ ଏହି ଟନେଲ ଅବସ୍ଥିତ । ଏହି ଟନେଲ ଫଳରେ ମନାଲି ଓ ସାର୍‌ଚୁ ମଧ୍ୟରେ ଦୂରତା ୪୬ କି.ମି. ହ୍ରାସ ପାଇଛି ।

୨୦୨୦ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟନେଲର ଲୋକାର୍ପଣ କରିଥିଲେ । ହିମାଳୟର ପୂର୍ବାଞ୍ଚଳ ପିର୍‌ ପାଞ୍ଜାଲ ରେଞ୍ଜ୍‌ ଅନ୍ତର୍ଗତ ରୋହତଙ୍ଗ ପାସ୍‌ରେ ନିର୍ମିତ ଏହି ଟନେଲର ଦୈର୍ଘ୍ୟ ୯.୦୨ କି.ମି । ପାହାଡ ଉପରେ ମାଇନସ ୨୫ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ବିଆରଓ ଏହି ଟନେଲ ନିର୍ମାଣ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଥିଲା । ଏହା ବିଆରଓ ଇଞ୍ଜିନିୟରିଂ କୌଶଳର ଏକ ଜ୍ୱଳନ୍ତ ନିଦର୍ଶନ ।

Related Articles

Back to top button
WP Twitter Auto Publish Powered By : XYZScripts.com