ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ଜବାବ ରଖିଲେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ : ରାଜ୍ୟସଭାରେ ହୃଦୟନାଥ ମଙ୍ଗେସକରଙ୍କ ସଙ୍ଘର୍ଷ ବାବଦରେ କହିଥିଲେ ମୋଦୀ

ନୂଆଦିଲ୍ଲୀ() ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ଜବାବ ରଖିଲେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିକ୍ରିୟାର ଜବାବ ରଖିଛନ୍ତି ସଞ୍ଜୟ ।

ସୂଚନାନୁସାରେ, ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଲତା ମଙ୍ଗେସକରଙ୍କ ଉପରେ ଭାଷଣ ରଖିଥିଲେ । ସେ କହିଥିଲେ ଯେ, ଦିବଂଗତ ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କୁ ଅଲ ଇଣ୍ଡିଆ ରେଡିଓରୁ ବାହାର କରିଦିଆଯାଇଥିଲା । ସେମାନେ ଆକାଶବାଣୀରେ ବୀର ସାବରକରଙ୍କ ସଙ୍ଗୀତ ଗାଇବା କାରଣରୁ ଏପରି କରାଯାଇଥିଲା । ଲତାଙ୍କ ପରିବାର ଗୋଆରୁ ଆସିଥିଲେ । କିନ୍ତୁ ତାଙ୍କ ପରିବାର ଯାହା ସାମ୍ନା କରିଛି ତାହା ଦେଶ ଜାଣିବା ଆବଶ୍ୟକ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ । ସଞ୍ଜୟ କହିଛନ୍ତି ଯେ, ଆଗକୁ ଗୋଆ ନିର୍ବାଚନ ଆସୁଛି । ତେଣୁ ମୋଦୀ ଏପରି କହିଥାଇ ପାରନ୍ତି । ମୋଦୀ ଜଣେ ମହାନ ପ୍ରଧାନମନ୍ତ୍ରୀ । ତାଙ୍କ ପରେ ଆଉ ପୂର୍ବରୁ ଏପରି କେହି ପ୍ରଧାନମନ୍ତ୍ରୀ ଆସିବେନି କି ନଥିଲେ ବୋଲି କଟାକ୍ଷ କରିଛନ୍ତି ସଞ୍ଜୟ ।

ସଞ୍ଜୟ ଆହୁରି କହିଛନ୍ତି ଯେ, ସେ ମୋଦୀଙ୍କୁ ସମ୍ମାନ ଜଣାନ୍ତି । କିଛି କହିବା ଠିକ୍ ନୁହେଁ । ସେ ଅନେକ ଥର ଆକାଶବାଣୀରେ ଲତା ଓ ହୃଦୟନାଥଙ୍କ ସଙ୍ଗୀତ ଶୁଣିଛନ୍ତି । ତେବେ ଆକାଶବାଣୀରୁ ହୃଦୟନାଥଙ୍କୁ ବାହାର କରାଯାଇଥିବା ନେଇ କୈଣସି ପ୍ରମାଣ ନଥିବା ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com