ଓଡ଼ିଶା

ବିବାହ ଭୋଜିରେ ଯୋଗ ଦେବାକୁ ଯିବାବେଳେ ଧକ୍କା ଦେଲା ପିକଅପ୍, ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ

କଣ୍ଟାବାଞ୍ଝି() ନିଜ ସମ୍ପର୍କୀୟ ନାତି ଘରକୁ ବିବାହ ଭୋଜିରେ ଯୋଗ ଦେବାକୁ  ଯାଉଥିଲେ । ହେଲେ ରାସ୍ତାରେ ପିକଅପ ଭ୍ୟାନ୍ ଧକ୍କାରେ ଜୀବନ ଚାଲିଗଲା । କଣ୍ଟାବାଞ୍ଝି ଥାନା ପଖନମୁଣ୍ଡା ଗାଁ ଛକ ଠାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଏକ ଅଜଣା ପିକଅପ ଭ୍ୟାନ୍ ଧକ୍କାରେ ଧାତୁକଜୁରୀ ଗାଁର ବୃଦ୍ଧ ଦୁର୍ଜନ ବାଗଙ୍କ ମୃତ୍ୟୁ ହୋଇଛି ।

ଦୁର୍ଜନ ଏକ ସାଇକେଲରେ ନିଜ ଘରୁ ଡ଼ଙ୍ଗାମରା ଗାଁର ସମ୍ପର୍କୀୟ ନାତିର ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କ ଅଧିକ ରକ୍ତସ୍ରାବ ହେବା ଯୋଗୁଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଗାଡି ଡ୍ରାଇଭରକୁ ଗିରଫ ଦାବି କରି ଉତ୍ତେଜନା କରୁଛନ୍ତି । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com