ଅନ୍ତର୍ଜାତୀୟ
ବ୍ରିଟେନର ଯୁବରାଜ ଚାର୍ଲସ କରୋନା ଆକ୍ରାନ୍ତ, ମହାରାଣୀ ଏଲିଜାବେଥଙ୍କ ସ୍ବାସ୍ଥାବସ୍ଥାକୁ ନେଇ ଚିନ୍ତା ବଢିଲା
ଲଣ୍ଡନ() ବ୍ରିଟେନର ଯୁବରାଜ ଚାର୍ଲସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ସେ ୨ୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୨୦୨୦ରେ କରୋନାର ପ୍ରଥମ ଲହର ସମୟରେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ମା’ ତଥା ମହାରାଣୀ ଏଲିଜାବେଥଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । କାରଣ କିଛି ଦିନ ପୂର୍ବରେ ଚାର୍ଲସ ତାଙ୍କୁ ସାକ୍ଷାତ କରିଥିଲେ । ୯୫ ବର୍ଷରେ ପଦାର୍ପଣ କରିସାରିଥିବା ଏଲିଜାବେଥଙ୍କ ଶରୀରରେ ଏବେ କୌଣସି ଲକ୍ଷଣ ନଥିଲେ ବି ତାଙ୍କ ସ୍ବାସ୍ଥ୍ୟ ଉପରେ ଏକ ଡାକ୍ତରୀ ଦଳ ନିୟମିତ ନଜର ରଖିଛି । ତେବେ ପୂର୍ବରୁ ମହାରାଣୀ ଦୁଇଟିଯାକ କରୋନା ଟିକା ନେଇସାରିଛନ୍ତି ।
ଗତ ମଙ୍ଗଳବାରଦିନ ପ୍ରିନ୍ସ ଚାର୍ଲସ ଓ୍ବିନଷ୍ଟର କାସଲ ଯାଇ ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କରିଥିଲେ । କରୋନା ଆକ୍ରାନ୍ତ ହେବା ପରେ ଚାର୍ଲସ ଏକାନ୍ତବାସରେ ରହୁଛନ୍ତି ।