ଜାତୀୟ

ଭଲ ହେବ ଛାତ୍ରୀମାନେ ଆନ୍ଦୋଳନ ନକରି କ୍ଲାସ୍ କରନ୍ତୁ, ହିଜାବ ବିବାଦ ଉପରେ ହାଇକୋର୍ଟଙ୍କ ଉପଦେଶ

ବେଙ୍ଗାଲୁରୁ() ରାଜ୍ୟରେ ଜାରି ହିଜାବ ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟ ବଡ ଉପଦେଶ ଦେଇଛନ୍ତି। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ବୃହତ ଖଣ୍ଡପୀଠ ସାତ ପୃଷ୍ଠାର ଅନ୍ତରୀଣ ଆଦେଶରେ କହିଛନ୍ତି ଯଦି ଆନ୍ଦୋଳନକାରୀ ଛାତ୍ରୀ ହିଜାବ ପିନ୍ଧିବା ନେଇ ଆନ୍ଦୋଳନ କରିବା ବଦଳରେ କ୍ଲାସ୍ କରିବେ ତେବେ ତାହା ତାଙ୍କ ହିତ ପାଇଁ ଭଲ ହେବ। ହିଜାବ ବିବାଦ କାରଣରୁ ରାଜ୍ୟରେ କଲେଜ ବନ୍ଦ ରହିଛି।

ସୂଚନାଯୋଗ୍ୟ, ରାଜ୍ୟର କିଛି କଲେଜରେ ମୁସଲିମ ଯୁବତୀମାନେ ହିଜାବ ପିନ୍ଧି କଲେଜ ଆସିବା ନେଇ ବିବାଦ ଦେଖା ଦେଇଛି। କଲେଜ କର୍ତ୍ତୃପକ୍ଷ ହିଜାବ ଉପରେ ରୋକ୍ ଲଗାଇବା ପରେ ମାମଲା ଅଧିକ ବିଗିଡିଛି। ହାଇକୋର୍ଟ ମଧ୍ୟ ରାୟ ନଆସିବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ରୋକ୍ ଲଗାଇଥିଲେ। ଏଥିସହ ସ୍କୁଲ ଏବଂ କଲେଜ୍ ତୁରନ୍ତ ଖୋଲିବାକୁ କହିଥିଲେ। ବିଦ୍ୟାର୍ଥୀଙ୍କୁ କଲେଜ ଭିତରେ ଗେରୁଆ ସ୍କର୍ପ, ଗାମୁଛା, ହିଜାବ କିମ୍ବା ଅନ୍ୟ କୌଣସି ପ୍ରକାରର ଧାର୍ମିକ ପୋଷାକ ପିନ୍ଧି ନଆସିବାକୁ କହିଥିଲେ।

ହାଇକୋର୍ଟ କହିଛନ୍ତି, ଭଲ ହେବ ଛାତ୍ରୀମାନେ ଆନ୍ଦୋଳନ ବନ୍ଦ କରି କ୍ଲାସ୍ କରନ୍ତୁ। ଆଗକୁ ପରୀକ୍ଷା ମଧ୍ୟ ରହିଛି। ତେଣୁ ଆନ୍ଦୋଳନକାରୀଙ୍କୁ ହିଜାବ ପିନ୍ଧାକୁ ନେଇ ଆନ୍ଦୋଳନ କରିବା ଠିକ୍  ନୁହେଁ। ବର୍ତ୍ତମାନ ମାମଲାର ବିଚାର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରିତୁ ରାଜ ଅବସ୍ଥି, ବିଚାରପତି କୃଷ୍ଣା ଏସ୍ ଦୀକ୍ଷିତ ଏବଂ ବିଚାରପତି ଜେମଏ ଖାଜିଙ୍କ ବୃହତ ଖଣ୍ଡପୀଠ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com