ସ୍ୱାସ୍ଥ୍ୟ

ବଦଳିଲା ବୁଷ୍ଟର ଡୋଜ ପାଇଁ ସମୟସୀମା

ନୂଆଦିଲ୍ଲୀ, ୦୬/୦୭/୨୦୨୨ – କରୋନାର ବୁଷ୍ଟର ଡୋଜ ଏବେ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୮ ରୁ ୫୯ ବର୍ଷର ନାଗରିକମାନେ କୌଣସି ଘରୋଇ ଚିକିତ୍ସା କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ନେଇପାରିବେ । ୬୦ ବର୍ଷରୁ ଅଧିକ ବୟସ୍କମାନେ, ସ୍ୱାସ୍ଥ୍ୟକର୍ମୀମାନେ ଓ କରୋନା ଯୋଦ୍ଧାମାନେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ କୌଣସି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ବୁଷ୍ଟର ଡୋଜ ମାଗଣାରେ ନେଇପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ, ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ଏହାକୁ ଆଖିରେ ରଖି କିଛି ରାଜ୍ୟ  ମାସ୍କ, ସାମାଜିକ ଦୂରତା, ସାନିଟାଇଜେସନ ଭଳି କଟକଣା ଲଗାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com