ଓଡ଼ିଶା

ପୁଣିଥରେ ଚର୍ଚ୍ଚାରେ ଜାଗୃତୀ; ଅଭିନେତାଙ୍କ କାନ୍ଧରେ ବନ୍ଧୁକ ରଖି ମାରିଲେ ତୀର!

ଭୁବନେଶ୍ୱର() ପୁରୀଘାଟ ଥାନାରେ ଏତଲା ପରେ ମଧ୍ୟ ସୁଧୁରୁ ନାହାନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତୀ ଶୁକ୍ଳା! ସେ ପୁଣିଥରେ ସୋଶାଲ ମିଡ଼ିଆ ପ୍ଲାଟଫର୍ମ ଫେସ୍‌ବୁକରେ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ କାହାର ନାଁ ନନେଇ ଜଣେ ଅଭିନେତାଙ୍କ କାନ୍ଧରେ ବନ୍ଧୁକ ରଖି ଠିକଣା ଜାଗାକୁ ତୀର ମାରିଛନ୍ତି। ଜାଗୃତୀଙ୍କ ତୀର ଠିକଣା ଜାଗାରେ ବାଜିଛି କି ନାହିଁ, ତାହା ଜଣାପଡ଼ିନଥିଲେ ମଧ୍ୟ ସୋଶାଲ୍ ମିଡ଼ିଆ ଫଲୋଅର୍ସଙ୍କୁ କିନ୍ତୁ ଚର୍ଚ୍ଚା କରିବାକୁ ଖୋରାକ ମିଳିଯାଇଛି।

ଆଜି ଜାଗୃତୀ ଫେସ୍‌ବୁକରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, “ଶୁଣିବାକୁ ପାଇଲି ଜଣେ ଅଭିନେତାଙ୍କ ବୃଦ୍ଧ ଓ ଅସୁସ୍ଥ ବାପାମା’ ଏବଂ ତାଙ୍କ ପୂରା ପରିବାର ଦେଢ଼ ବର୍ଷରୁ ଅଧିକ ସମୟ ଧରି ଭଡ଼ା ଘରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅଭିନେତାଙ୍କ ସାନ ଭାଇଙ୍କ ପତ୍ନୀ ଓ ଛୁଆ ମଧ୍ୟ ଅଛନ୍ତି। ଅଭିନେତାଙ୍କ ପୈତୃକ ଘରେ କେବଳ ତାଙ୍କ ପତ୍ନୀ ରହୁଛନ୍ତି। ଯାହାଙ୍କ ସହିତ ତାଙ୍କର ଆଉ ଭଲ ସମ୍ପର୍କ ନାହିଁ। କେହି କେବେ ଚିନ୍ତା କରିଛନ୍ତି କି, ସେହି ଯୌଥ ପରିବାରରେ ଆହୁରି ମଧ୍ୟ ବୋହୂମାନେ ଅଛନ୍ତି? ସେମାନେ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଖୁସିରେ ରହୁଛନ୍ତି। କେବେ କୌଣସି ଗଣମାଧ୍ୟମ ଏହାକୁ ନେଇ ପ୍ରଶ୍ନ କରିଛି କି?? କାହିଁକି? କାରଣ ହୋଇପାରେ, ସେଥିରେ ଅଧିକ ମସଲା ନାହିଁ।”

ଜାଗୃତୀ କାହା ଉଦ୍ଦେଶ୍ୟରେ ଏହା ପୋଷ୍ଟ କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ତାଙ୍କ ଟାର୍ଗେଟରେ ଚର୍ଚ୍ଚାରେ ଥିବା ଅଭିନେତାରୁ ନେତା ବନିଥିବା ବ୍ୟକ୍ତିଙ୍କ ଅଭିନେତ୍ରୀ ପତ୍ନୀ ଥିବା ଆଲୋଚନା ହେଉଛି। ତେବେ ଜାଗୃତୀଙ୍କ ଏହି ପୋଷ୍ଟରେ ଜଣେ ଫଲୋଅରଙ୍କ କମେଣ୍ଟ ମଜାଦାର। ଫଲୋଅର ଜଣକ ଲେଖିଛନ୍ତି, ମାଡାମ- ସ୍ୱାମୀଙ୍କ ଚରିତ୍ର ହେଉଛି ଗୁରୁତ୍ୱପୂର୍ଣ୍ଣ। ପରିବାରରେ ହଜାରେ ସଦସ୍ୟ ଥିଲେ ବି ଯଦି ସ୍ୱାମୀଙ୍କ ହାତ ସ୍ତ୍ରୀ ଉପରେ ଥାଏ, ତାହାହେଲେ ସେ ସମସ୍ତଙ୍କ ସହ ମିଶି ଚଳିପାରିବ। କିନ୍ତୁ ସେମାନଙ୍କ ସମ୍ପର୍କରେ ଯେତେବେଳେ ତୃତୀୟ ପକ୍ଷର ପ୍ରବେଶ ହୁଏ, ସେତେବେଳେ ତାହା ବିଷ ପାଲଟିଯାଏ। ତେଣୁ ଜଣେ ମହିଳା ହିସାବରେ ଦୟାକରି ତାଙ୍କୁ ସମ୍ମାନ ଦିଅନ୍ତୁ। ଯଦି ପାରିବେ ନାହିଁ, ତାହାହେଲେ ଅଯଥା ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ ଲେଖିଛନ୍ତି।

ସେପଟେ ଗୁରୁବାର ଜାଗୃତୀଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜାଗୃତୀ ତାଙ୍କର ସମ୍ମାନହାନୀ କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା।

Related Articles

Back to top button
WP Twitter Auto Publish Powered By : XYZScripts.com