ଓଡ଼ିଶା

ହଳଦିଆପଦରରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ବ୍ରହ୍ମପୁର, ୦୨/୦୮/୨୦୨୨-  ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ହଲଦିଆପଦର ରାଳବ ରାସ୍ତାରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନ ବିଭାଗ ।  ହଲଦିଆପଦର ରାଳବ ରାସ୍ତାରେ ଏକ ବଜ୍ରକାପ୍ତା  ଅଜିତ ଡାକୁଆଙ୍କ ଘର ନିକଟରେ  ବୁଲୁଥିବାର  ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସେମାନେ ବନବିଭାଗର ଅଧିକାରୀଙ୍କୁ ଏ ବିଷୟରେ ଖବର ଦେଇଥିଲେ । ଖବରପାଇ  ବନପାଳ ବାବୁ ସେଠୀ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି  ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ବଜ୍ରକାପ୍ତାଟିର ଲମ୍ବ ୨ ଫୁଟ ୬ଇଞ୍ଚ ଥିବା ବେଳେ ଏହାର ଓଜନ ପାଖାପାଖି ୫ କିଲୋଗ୍ରାମ ରହିଛି । ବଜ୍ରକାପ୍ତାଟିକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରିକ୍ଷା କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ପ୍ରାଣୀ ଚିକିତ୍ସା ଅଧିକାରୀଣୀ କହିଛନ୍ତି । ବହୁବାର ଏହିପରି ବନ୍ୟଜନ୍ତୁ ଓ ତାହାର ଅଙ୍ଗ ତସ୍କରି ଓ କଳାବଜାରିରେ ଲିପ୍ତ ହୋଇ ବହୁ ଯୁବକ ଟଙ୍କା ଲୋଭରେ ଗିରଫ ହେଉଛନ୍ତି । ଏପରି କାର୍ଯ୍ୟରୁ ନିବୃତ ରହିବା ସହ କୌଣସି ଯାଗାରେ ଯଦି କେଉଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି ତେବେ  ବନ ବିଭାଗକୁ ଖବର ଦେବାକୁ ବନାଞ୍ଚଳ ଅଧିକାରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com