ଓଡ଼ିଶା

ପୋଲିସ କବ୍‌ଜାରେ କୁଖ୍ୟାତ ଗଞ୍ଜେଇ ବେପାରୀ, ନଗଦ ୭୫ ଲକ୍ଷ ଟଙ୍କା ସହ ସବୁଜ ଜହର ଜବତ

କଟକ() କମିଶନରେଟ ପୋଲିସ କବ୍‌ଜାରେ ୨ କୁଖ୍ୟାତ ଗଞ୍ଜେଇ ବେପାରୀ । କଟକ ୪୨ ମୌଜାରୁ ଧରିଲା ବାଦାମବାଡ଼ି ପୋଲିସ । ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ ।

ଖବର ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୋଲିସ ଆରମ୍ଭ କରିଥିଲା ଅପରେସନ । କଟକ ୪୨ ମୌଜାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବଳ ଗଞ୍ଜେଇ ନୁହେଁ ନଗଦ ୭୫ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏତେ ପରିମାଣରେ ଗଞ୍ଜେଇ ଧରାପଡ଼ିବା ପରେ ଘରେ ସର୍ଚ୍ଚ କରିଥିଲା ପୋଲିସ ।

ସେହିପରି ଏତେ ପରିମାଣର ଗଞ୍ଜେଇ ଓ ନଗଦ ଟଙ୍କା କିପରି ଆସିଲା ? କେଉଁଆଡୁ ଆସିଲା । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଏହି ଗଞ୍ଜେଇ କାରବାରର ଲିଙ୍କ କେଉଁ ପର୍ଯ୍ୟନ୍ତ ଲାଗିଛି । ସେ ଦିଗରେ ମଧ୍ୟ ତଥ୍ୟ ଯୋଗାଡ଼ କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com