ଓଡ଼ିଶା

କନ୍ଧମାଳରେ ଏସ୍‌ଓଜି ଓ ଡିଭିଏଫ୍ ଯବାନଙ୍କ ଜୋରଦାର କମ୍ବିଂ, ମାଓ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ କମ୍ବିଂ ଅପେରସନ ଜୋରଦାର । ମାଓ କ୍ୟାମ୍ପ୍ ଠାବ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି । କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମlନେ ସୋମବାର ବାଲିଗୁଡା ଥାନା ସୂଡ୍ରl ପଂଚାୟତ ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାଓ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରଓ୍ବାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜବତ ସାମଗ୍ରୀ ମଧ୍ୟରେ ମେଡିସିନ, ବିଦ୍ୟୁତ ତାର, ଜଗ, କୁରାଢ଼ୀ, ଚଷମା, ଟର୍ଚ୍ଚ, ଦଉଡି, ଛତା, ଷ୍ଟିଲ ପ୍ଲେଟ, ଟିଫିନ ବକ୍ସ, ୱାଟର ବୋଟଲ, ଷ୍ଟିଲ୍ ମଗ୍ ଆଦି ଅନେକ ଜିନିଷପତ୍ର ସମେତ କିଛି ଖାଦ୍ୟ ସାମଗ୍ରୀ  ଥିବା ଏସପି କହିଛନ୍ତି ।

ଉଲ୍ଲେକଯୋଗ୍ୟ ଯେ, ଗତ ମେ’ ମାସ ୨୨ ତାରିଖରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ବାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ରଣକୌଶଳ, ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com