ଓଡ଼ିଶା

ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ନିଆଁ ଲାଗି ଜଳିଗଲା ଦୋକାନ ଘର, ଦୁର୍ଘଟଣା ପରେ ବାଇକ୍‌ରେ ଲାଗିଲା ନିଆଁ

ରାଉରକେଲା/ରାୟଗଡ଼ା () ରାଉରକେଲା ସହରର ଆଇଟିଆଇ ଛକ ନିକଟରେ ନିଆଁ ଲାଗି ୧୦ଟି ଦୋକାନ ଜଳି ଯାଇଛି । ଅଗ୍ନିକାଣ୍ଡରେ ଗ୍ୟାରେଜରେ ଥିବା ୩ଟି କାର ଜଳିପୋଡି ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ବଡ଼ ଧରଣର ଦୁର୍ଘଟଣାରୁ ଵର୍ତ୍ତିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଜଳି ଯାଇଛି ଦୁଇ ବାଇକ । ରାୟଗଡ଼ା ଜିଲ୍ଲା ସେସଖାଳ ଥାନା ଜମାଦେଇ ପେଣ୍ଠ ନିକଟ ଏସାର ପେଟ୍ରୋଲ ପମ୍ପ ରାସ୍ତା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ପରେ ଜଳିଯାଇଛି । ଗତ କାଲି ରାତିରେ ଦୁଇ ବାଇକ ଦ୍ରୁତ ଗତିରେ ଯାଉଥିବାବେଳେ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ବାଇକରେ ନିଆଁ ଲାଗି ଜଳିଯାଇଛି । ଦୁଇ ବାଇକ ଚାଳକ ଜମାଦେଇ ପେଣ୍ଠ ଗାଁ ନିକଟର ବୋଲି ଜଣାପଡିଛି ଓ ଏହି ଦୁର୍ଘଟଣା ପରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଯୁବକ ମାନେ ନିଆଁକୁ ଆୟତ କରିଥିବା ବେଳେ ସେସଖାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com