ଓଡ଼ିଶା

ଏହି ରାଜ୍ୟରେ ମାଡିଚାଲିଛି ଏଡସ୍ ରୋଗୀଙ୍କ ସଂଖ୍ୟା: ପୀଡ଼ିତଙ୍କ ମଧ୍ୟରେ ଛାତ୍ର ବି ସାମିଲ, ଜାଣନ୍ତୁ କ’ଣ ରହିଛି କାରଣ

ଅରଗତାଲା: ତ୍ରିପୁରାରେ ଇଞ୍ଜେକ୍ସନରୁ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୪ ପ୍ରତିଶତ ଏଚ ଆଇ ଭିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁୁ ଅଧିକାଂଶ ୨୪ରୁ ୨୭ ବର୍ଷ ବୟସର ଯୁବକ ଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟରେ ଇଞ୍ଜେକ୍ସନରୁ ଡ୍ରଗ୍ସ ନେଉଥିବା ୩,୫୪୭ ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୮୬୦ ଜଣ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି, ଯେଉଁଥିରେ ଏଡସ୍ ହୋଇଥାଏ ।
ବିଭାଗର ଜଣେ ଅଧିକାରୀ କହିଛନ୍ତି, “ଅଧିକ ଚିନ୍ତାର ବିଷୟ ହେଉଛି ୩୨୦ ଛାତ୍ରଙ୍କୁ ଇଞ୍ଜେକ୍ସନରୁ ଡ୍ରଗ୍ସ ନେବାରୁ ଅଭ୍ୟାସ ହୋଇଛି । ତ୍ରିପୁରା ରାଜ୍ୟ ଏଡସ୍ କଣ୍ଟ୍ରୋଲ୍ ସୋସାଇଟି ଦ୍ୱାରା ଏହି ସଂଖ୍ୟା ସଂଗ୍ରହ କରାଯାଇଛି । ତଥ୍ୟ ଅନୁସାରେ, ୩୨୦ ଛାତ୍ରଙ୍କ ମଧ୍ୟରୁ ୧୨୦ ଜଣ ଏଚ୍.ଆଇ.ଭି ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com