ଓଡ଼ିଶା

ଗୋଷାଣୀ ନୂଆଗାଁ ଠାରେ ନିଖିଳ ଓଡ଼ିଶା ପନ୍ଦରା ସମାଜର ସାଧାରଣ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ୨୨/୦୮/୨୦୨୨-  ନିଖିଳ ଓଡ଼ିଶା ପନ୍ଦରା ସମାଜର ସମସ୍ତ ଜିଲ୍ଲା କର୍ମକର୍ତ୍ତାଙ୍କୁ ନେଇ ଏକ ସାଧାରଣ ବୈଠକ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସ୍ଥିତ ଉତ୍ତରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ କରୋନାରେ ଓ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା କର୍ମକର୍ତ୍ତା ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ପନ୍ଦରା ସମାଜର ରାଜ୍ୟ ସଭାପତି ଅମର କୁମାର ବେହେରାଙ୍କ ସଭାପତିତ୍ୱରେ ସଂପାଦକ ଚନ୍ଦ୍ର ଶେଖର ବାଡତ୍ୟା ବିବରଣୀ ପଠନ କରିଥିଲେ । ରାଜ୍ୟ କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ବେହେରା, କିଶୋର ହରି ବାଡତ୍ୟା, ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ଜାନକୀ ଚରଣ ବେହେରା, , ବିଘ୍ନ ରାଜ ବାଡତ୍ୟା, ନିଶାମଣି ଚୌଧୁରୀ, ରଙ୍କମଣି ବାଡତ୍ୟା, ଜଗବନ୍ଧୁ ବାଡତ୍ୟା, କୈଳାସ ଚନ୍ଦ୍ର ବେହେରା, ଡମ୍ବରୁ ଧର ବେହେରା, ରମେଶ ଚନ୍ଦ୍ର ବାଡତ୍ୟା, ଜଗନ୍ନାଥ ବାଡତ୍ୟା , ଗୁଜରାଟ ପନ୍ଦରା ସମାଜ ର ବାସୁଦେବ ବାଡତ୍ୟା, ଧନୁର୍ଦ୍ଧର ବାଡତ୍ୟା, ଅଶୋକ ବାଡତ୍ୟା ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥଲେ । ଗଞ୍ଜାମ ଜିଲ୍ଲାର କୋଷାଧ୍ୟକ୍ଷ ଜଗବନ୍ଧୁ ବାଡତ୍ୟାଙ୍କୁ ମାନପତ୍ର ପ୍ରଦାନ ସହ କୂଳ ରତ୍ନ ସମ୍ମାନରେ ସମ୍ମାନୀତ କରଯାଇଥିଲା । ସମାଜର ସାଂଗଠନିକ ଆଲୋଚନା କରାଯାଇ ରାଜ୍ୟ ଓ ଗଞ୍ଜାମ ଜିଲ୍ଲାର କର୍ମକର୍ତ୍ତା ନିର୍ବାଚନ ଏକା ସମୟରେ କରିବା ପାଇଁ ସ୍ଥିର କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com