ଓଡ଼ିଶା

ଲୋକନାଥ ମନ୍ଦିର ଗର୍ଭଗୃହରୁ ଲୁଟ୍, ମହିଳାଙ୍କ ବେକରୁ ଝାମ୍ପିନେଲେ ୪ ଭରିର ସୁନା ଚେନ୍

ପୁରୀ ୧୪।୨: ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆଣିଛନ୍ତି ଛତ୍ରପୁର ଅଞ୍ଚଳର ମଞ୍ଜୁଳା ପାତ୍ର।

ସୋମବାର ସକାଳେ ମଞ୍ଜୁଳା ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ସମୟରେ ମନ୍ଦିର ଗର୍ଭଗୃହ ଭିତରେ ତାଙ୍କ ବେକରୁ କେହି ଜଣେ ଦୁର୍ବୃତ୍ତ ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମନ୍ଦିର ଗର୍ଭଗୃହ ଭିତରେ ଭିଡର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ମଞ୍ଜୁଳାଙ୍କୁ ଧକ୍କା ମାରି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ଜଣକ କଳା ରଙ୍ଗର ସାର୍ଟ ପିନ୍ଧିଥିବା ମଞ୍ଜୁଳା କହିଛନ୍ତି । ବେକରେ ପିନ୍ଧିଥିବା ଏହି ସୁନା ଚେନ୍ ଟି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବୋଲି କହିଛନ୍ତି ମଞ୍ଜୁଳା ।‌ ଘଟଣାକୁ ନେଇ ବାସେଳୀ ସାହି ଥାନାରେ ଅଭିଯୋଗ ହୋଇଥିବା ବେଳେ ଲୋକନାଥ ମନ୍ଦିରରେ ଭକ୍ତମାନେ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି।

Related Articles

Back to top button
WP Twitter Auto Publish Powered By : XYZScripts.com