ଜାତୀୟ

ଟଳିଲା ବିଶ୍ୱଯୁଦ୍ଧ ଭୟ ! ୟୁକ୍ରେନ ସୀମାରୁ ସୈନ୍ୟ ଅପସାରଣ ଆରମ୍ଭ କଲା ଋଷ

ନୂଆଦିଲ୍ଲୀ() ଟଳିଲା ବିଶ୍ୱଯୁଦ୍ଧର ଭୟ ! ସୀମାରୁ ସୈନ୍ୟ ଅପସାରଣ ଆରମ୍ଭ କଲା ଋଷ। ୟୁକ୍ରେନ୍ ସୀମାରେ ଋଷ ସେନା ମୁତୟନ ପରେ ଯୁଦ୍ଧ ଏକ ପ୍ରକାଶ ନିଶ୍ଚିତ ହୋଇଥିଲା । କିନ୍ତୁ ଏବେ ବିଶ୍ୱ ପାଇଁ ଆସିଛି ଆଶ୍ୱସ୍ତିର ଖବର। ୟୁକ୍ରେନ ସୀମାରେ ମୁତୟନ ଋଷ ଯବାନ ନିଜ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାକୁ ଆଧାର କରି ଏହି ଖବର ଦେଇଛି ସମ୍ୱାଦ ସରବାହର ସଂସ୍ଥା ଏଏଫପି।

ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ଦକ୍ଷିଣ ଏବଂ ପଶ୍ଚିମ ମିଲିଟାରୀ ଜିଲ୍ଲାର ୟୁନିଟ୍ ଗୁଡିକ ନିଜ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି।

ଋଷ ନିଜର ସୈନ୍ୟ ଅପସାରଣ ଖବର ସହ ୟୁକ୍ରେନ ମଧ୍ୟ ଘୋଷଣା କରି କହିଛି, ପାଶ୍ଚାତ୍ୟ ଦେଶ ମିଶି ଋଷର ଆକ୍ରମଣକୁ ଟାଳିବାରେ ସଫଳ ହୋଇଛି। ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାମଟ୍ରୋ କୁଲେବା କିଭ୍ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଏବଂ ଆମର ମିତ୍ରରାଷ୍ଟ୍ର ଋଷର ଆକ୍ରଣମ ଟାଳିବାରେ ସଫଳ ହୋଇଛି। କୂଟନୈତିକ ଆଲୋଚନା ଏବେ ବି ଜାରି ରହିଛି।

ଗତ କିଛି ସପ୍ତାହ ଧରି ଋଷ ୟୁକ୍ରେନକୁ ତିନି ପଟୁ ଘେରିବା ସହ ହଜାର ହଜାର ଯବାନ ମୁତୟନ କରିଥିଲା। ଯାହା କିଭ୍ ଉପରେ ମୋସ୍କୋର ଆକ୍ରମଣ ଆଶଙ୍କାକୁ ଅଧିକ ଘନିଭୂତ କରିଥିଲା । ଏହାସହ ୟୁକ୍ରେନ ସୀମାରେ ଏବଂ ବେଲାରୁଷ ସହ ମିଶି ଋଷର ଯୁଦ୍ଧାଭ୍ୟାସ ଅଧିକ ଚିନ୍ତା ବଢାଇଥିଲା। ଆମେରିକା କହିଥିଲା, ଋଷର ଏହି ଯୁଦ୍ଧାଭ୍ୟାସରେ ୩୦ ହଜାର ଯବାନ ସାମିଲ ହୋଇଥିଲେ। ଆସନ୍ତା ଫେବ୍ରୁଆରୀ ୨୦ ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଚାଲିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com