ଜାତୀୟରାଜନୀତି

ଟ୍ୱିଟ୍ କରି ଉଦ୍ଧବଙ୍କ କ୍ୟାମ୍ପକୁ ଟାର୍ଗେଟ କଲେ ଏକନାଥ ସିନ୍ଦେ

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୨ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ରୋହୀ ବିଧାୟକ ଦଳ ନେତା ଏକନାଥ ସିନ୍ଦେ । ଏକନାଥ କହିଛନ୍ତି, ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେନି ଉଦ୍ଧବ, କାରଣ ସରକାର ଏବେ ଅଳ୍ପମତରେ ରହିଛି । ଏବେ ମୋ ସହ ୩୭ ଶିବସେନା ବିଧାୟକଙ୍କୁ ମିଶାଇ ୫୦ ବିଧାୟକଙ୍କ ସମର୍ଥନ ରହିଛି । ଆଉ ଲୋକତନ୍ତ୍ରରେ ସଂଖ୍ୟାବଳ ସବୁଠୁ ଜରୁରୀ । ଆମକୁ ଏବେ ଡରାଇବାକୁ ପ୍ରୟାସ ଚାଲିଛି । କିନ୍ତୁ ଆମେ ଡରିବାର ପ୍ରଶ୍ନ ଉଠୁନାହିଁ କାରଣ ଆଇନ ଆମ ସପକ୍ଷରେ ଅଛି । ଶିବସେନା ଯେତେ ନୋଟିସ ପଠାଇଲେ ମଧ୍ୟ ଆମେ ଡରିବୁନି । ସିନ୍ଦେ କହିଛନ୍ତି ଖୁବଶୀଘ୍ର ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟିବି । ଏସବୁ ଭିତରେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ । ଏହାସହ ଭରତସେଟ ଗୋଗାୱଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଚିହ୍ନଟ କରାଯାଉ । ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ସେମାନଙ୍କ ନେତା ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com