ମୁମ୍ୱାଇ() ଭାଲେଣ୍ଟାଇନ୍ସ ଡେ’ର ଅବସରରେ ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ନିଜର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କୁ ବିବାହ କରିଛନ୍ତି । ‘ମିର୍ଜାପୁର’ ଓ ଛପକ ଫେମ୍ ବିକ୍ରାନ୍ତ ମାସେ ଗତକାଲି ଅର୍ଥାତ୍ ଫେବୃଆରୀ ୧୪ରେ ଶୀତଲ ଠାକୁରଙ୍କ ସହ ବିବାହ କରିଛନ୍ତି । ଏହି ବିଶେଷ ଉତ୍ସବରେ କେବଳ ଉଭୟ ପରିବାରର ସଦସ୍ୟ ସହ କିଛି ହାତଗଣତି ଅଭିନେତା ବିବାହ ଉତ୍ସବରେ ସାମିଲ ହୋଇଥିଲେ ।
ପିଙ୍କଭିଲ୍ଲା ସହ ବାର୍ତ୍ତାଳପରେ ଏହି ଦମ୍ପତିଙ୍କ କହିଛନ୍ତି, “ବିକ୍ରାନ୍ତ ଏବଂ ଶୀତଲ ଆଜି ସେମାନଙ୍କ ଭର୍ସୋଭା ଘରେ ରେଜିଷ୍ଟ୍ରୀ ବିବାହ କରିଛନ୍ତି । ସେମାନେ ବହୁ ପୂର୍ବରୁ ଏହି ତାରିଖରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲ । ବିବାହ ପରେ ସେମାନଙ୍କ ପରିବାର ଅତ୍ୟନ୍ତ ଖୁସି । ଏହି ଦମ୍ପତି ଏପର୍ଯ୍ୟନ୍ତ ଖବରକୁ ନିଶ୍ଚିତ କରିନାହାଁନ୍ତି । ତେବେ ସେ ଲୁଚିଛପି ବିବହା କରିଥିବା ଜୋରସୋରରେ ଚର୍ଚ୍ଚା ହେଉଛି ।
୨୦୧୯ରେ ଏହି ଦମ୍ପତି ସେମାନଙ୍କ ଏନଗେଜମେଣ୍ଟ କରିଥିଲେ । ଏହି ଦମ୍ପତି ୱେବ୍ ସିରିଜ୍ ‘ବ୍ରୋକନ୍ ବଟ୍ ବିୟୁଟିଫୁଲ ‘ ରେ ଏକାଠି କାମ କରିଥିଲେ । ପୂର୍ବରୁ ଏକ ସାକ୍ଷାତକାରରେ, ମାସେ କହିଥିଲେ ଯେ ୨୦୨୦ ରେ ଏମାନେ ବିବାହ କରିବାର ଯୋଜନା ଅଛି । କିନ୍ତୁ COVID-19 ହେତୁ ବିବାହ ସ୍ଥଗିତ ରଖାଯାଇଛି । ଜୁନ୍ ୨୦୨୦ରେ, ମାସେ ଇନଷ୍ଟାଗ୍ରାମରେ ଶୀତଲ୍ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଥିଲେ ।
ବିକ୍ରାନ୍ତ ମାସେ ‘ଡେଥ୍ ଇନ୍ ଦି ଗୁଞ୍ଜ୍’, ‘ଲିପଷ୍ଟିକ୍ ଅଣ୍ଡର ମାଇଁ ବୁର୍ଖା’, ‘ଛପକ୍’ ଏବଂ ‘ହସିନ୍ ଦିଲ ରୁବା’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଲୋକପ୍ରିୟ ୱେବ୍ ସିରିଜ୍ ‘ମିର୍ଜାପୁର’ରେ ମଧ୍ୟ ଅଭିନୟ କରିଛନ୍ତି । ସେ ପରବର୍ତ୍ତୀ ସମୟରେ ZEE-5 ଚଳଚ୍ଚିତ୍ର ‘ଲଭ୍ ହଷ୍ଟେଲ’ରେ ନଜର ଆସିବେ ଯେଉଁଥିରେ ସାନିଆ ମଲହୋତ୍ରା ଏବଂ ବବି ଦେଓଲଙ୍କ ସହ-ଅଭିନୟ କରିବେ ।