ଜାତୀୟମନୋରଞ୍ଜନ

ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମ ଦେଖିବାକୁ କରିବାକୁ ପଡ଼ିବ ଅପେକ୍ଷା: ଏମିତି ଚୁକ୍ତି କଲେ ସିନେମା ହଲ୍ ମାଲିକ

ନୂଆଦିଲ୍ଲୀ: କରୋନା ସମୟରେ ସିନେମା ହଲ୍‌ ବନ୍ଦ ରହିବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପରେ ଅଳ୍ପ ସୁଧୁରିବା ପରେ ଓଟିଟି ପ୍ଲାଟଫର୍ମର ଡିମାଣ୍ଡ ବଢ଼ିଯାଇଥିଲା। ଫିଲ୍ମ ରିଲିଜ୍ ହେବାର ୪ ସପ୍ତାହ ପରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଥିବାରୁ ଲୋକେ ମାସକ ଭିତରେ ଫିଲ୍ମ ଦେଖିପାରୁଥିଲେ। ହେଲେ ଏବେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିବାକୁ ହେଲେ ଆପଣଙ୍କୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କାରଣ ସିନେମା ହଲ୍‌ ଓ ପରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍ ହେବାର ସମୟ ବ୍ୟବଧାନ ବଢ଼ିଯାଇଛି।

କରୋନା ପୂର୍ବରୁ ସିନେମା ହଲ ମାଲିକମାନେ ଫିଲ୍ମ ନିର୍ମାତାମାନଙ୍କ ସହ ଏପରି ଚୁକ୍ତି କରିଥିଲେ। ଏହି ଚୁକ୍ତି ଅନୁସାରେ ସିନେମା ହଲ୍‌ରେ ରିଲିଜ୍ ହେବାର ୪ ସପ୍ତାହ ବଦଳରେ ୮ ସପ୍ତାହ ପରେ ଯାଇ ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ। ଅଗଷ୍ଟରେ ପରଠାରୁ ଯେଉଁ ଫିଲ୍ମଗୁଡିକ ରିଲିଜ୍ ହେବ ସେଗୁଡିକ ୮ ସପ୍ତାହ ପରେ ଓଟିଟିରେ ରିଲିଜ୍ ହେବ। ଯଦି ଆପଣ ହଲ୍‌ରେ ସିନେମା ଦେଖିବାକୁ ଯାଇପାରୁ ନାହାନ୍ତି ତେବେ ଆପଣଙ୍କୁ ଏହି ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମ ଦେଖିବାକୁ ୮ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ।

ସୂଟନା ଥାଉକି, ସିନେମା ହଲ ଓ ଓଟିଟି ରିଲିଜ୍ ମଧ୍ୟରେ ଅଧିକ ବ୍ୟବଧାନ ନଥିବାରୁ ମଲ୍ଟିପ୍ଲେକ୍ସଗୁଡ଼ିକୁ ସମସ୍ୟା ହେଉଥିଲା। ୪  ସପ୍ତାହ ମଧ୍ୟରେ ସିନେମା ଓଟିଟିରେ ରିଲିଜ୍ ହେଉଥିବା ଜଣାପଡିବା ପରେ ଲୋକେ ଆରାମରେ ଓଟିଟିରେ ଫିଲ୍ମ ଦେଖିବାକୁ ଅପେକ୍ଷା କରୁଥିଲେ। ଫଳରେ ସିନେମା ହଲ୍‌କୁ କ୍ଷତି ହେଉଥିଲା। ତେଣୁ କରୋନା ପୂର୍ବରୁ ହୋଇଥିବା ଏହି ଚୁକ୍ତିକୁ ଲାଗୁ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com