ଅନ୍ତର୍ଜାତୀୟ

ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ଧ୍ୱଂସ କଲା ଋଷ ସେନା

କିଭ୍ : ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଭ୍‌ ବାହାରେ ଥିବା ‘ହୋସ୍ତୋମେଲ୍‌ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।

ଏଏନ୍‌-୨୨୫ ‘ମ୍ରିୟା’ (ୟୁକ୍ରେନ୍‌ ଭାଷାରେ ଏହାର ଅର୍ଥ ‘ସ୍ୱପ୍ନ’) ନାମକ ଉକ୍ତ ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍‌’ ନିର୍ମାଣ କରିଥିଲା।

ଧ୍ୱଂସ ପାଇଥିବା ବିମାନ ପାଇଁ ଶୋକ ପ୍ରକଟ କରି ୟୁକ୍ରେନ୍‌ର ସରକାରୀ ଟ୍ୱିଟର ହ୍ୟାଣ୍ଡଲ୍‌ରେ ଲେଖାଯାଇଛି: ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଏଭ୍‌ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ଋଷ ସେନା ଧ୍ୱଂସ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍‌ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ। ଅନ୍ୟପକ୍ଷରେ ବିମାନର ନିର୍ମାଣକାରୀ କମ୍ପାନୀ ଟ୍ୱିଟ୍ କରି କହିଛି: ‘ଏଏନ୍‌-୨୨୫’କୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ୟ୍ୟନ୍ତ ତା’ର ବୈଷୟିକ ଅବସ୍ଥା ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇ ପାରିବୁ ନାହିଁ। ପରବର୍ତ୍ତୀ ଔପଚାରିକ ଘୋଷଣା ପର୍ୟ୍ୟନ୍ତ ପ୍ରତୀକ୍ଷା କରନ୍ତୁ।

Related Articles

Back to top button
WP Twitter Auto Publish Powered By : XYZScripts.com