ଅନ୍ୟାନ୍ୟ

ୟୁକ୍ରେନରେ ଝିଅଙ୍କ ଦୁଷ୍କର୍ମ କରିବା ସହ କୁକୁର ମାରି ଖାଉଛନ୍ତି ରୁଷ ସୈନିକ: ସିକ୍ୟୁରିଟି ଏଜେନ୍ସିର ଆଶ୍ଚର୍ଯ୍ୟକର ଖୁଲାସା

କିଭ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମରିଯାଇଛି ସବୁ ମାନବିକତା । ରୁଷ ସୈନିକମାନେ ୟୁକ୍ରେନ ଯୁବତୀଙ୍କର ରେପ୍ କରିବା ସହ କୁକୁର ହତ୍ୟା କରି ଖାଉଛନ୍ତି । ୟୁକ୍ରେନିୟନ ସିକ୍ୟୁରିଟି ସର୍ଭିସ (ୟୁଏସଏସ) ରୁଷ ସୈନିକଙ୍କ ଏକ କଥାବାର୍ତ୍ତାର ଏକ ଓଡିଓ ଜାରି କରିଛି, ଯେଉଁଥିରେ ଦାବି ହୋଇଛି କି ରୁଷ ସୈନିକ ପରସ୍ପର ସହ କଥା ହେଉଛନ୍ତି ।
ୟୁଏସଏସର କହିବା ମୁତାବକ, ଓଡିଓରେ ରୁଷ ସୈନିକମାନେ ନିଜ ଭାଷାରେ କହୁଥିଲେ କି ସେମାନେ ୧୬ ବର୍ଷର ଝିଅ ସହ ଦୁଷ୍କର୍ମ କରିଛନ୍ତି ଓ କୁକୁରର ମାଂସ ଖାଇଛନ୍ତି । ପ୍ରାୟ ୩ ଜଣ ସୈନିକ ଜଣେ ୧୬ ବର୍ଷୟୀ ଝିଅକୁ ରେପ୍ କରିଥିବା ସେହି ଅଡିଓରୁ ଶୁଣିବାକୁ ମିଳୁଛି । ଏହା ସହ ସେନାର ଖାଇବାରେ ଅନେକ ଅସୁବିଧା ହେଉଥିବାରୁ ସେମାନେ କୁକୁର ହତ୍ୟା କରି ଖାଉଥିବା କହିଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଏହି ଅଡିଓକୁ ନେଇ ଯାଞ୍ଚ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com