ଓଡ଼ିଶା

ଧର୍ମଶାଳା ବ୍ଲକ୍‌ରେ ମତଦାନ ବେଳେ ଉତ୍ତେଜନା, ୩ଟି ବୁଥରେ ନିର୍ବାଚନ ସ୍ଥଗିତ

ଚଣ୍ଡିଖୋଲ() ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେଉଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲୁ ରହିଥିବା ବେଳେ ଭୋଟ୍ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ଯେଉଁଥି ପାଇଁ ତିନୋଟି ବୁଥରେ ଭୋଟ୍ ସ୍ଥଗିତ ରହିଛି । ଧର୍ମଶାଳା ବ୍ଲକର ଅରାବଳ ପଂଚାୟତରେ ଗୋଟିଏ ବୁଥ ଓ ଦେଓଦା ପଂଚାୟତର ଦୁଇଟି ବୁଥରେ ଭୋଟ୍ ଚାଲୁ ରହିଥିବା ବେଳେ କିଛି ମୁଷ୍ଟିମେୟ ଲୋକ ଜୋରଜବରଦସ୍ତ ବୁଥରେ ଭୋଟ୍ ଦେବା ସହ ବୁଟ୍ ରେଗିଙ୍ଗ କରୁଥିବା ବେଳେ ଏହାକୁ ଆଉ ଏକ ଗୋଷ୍ଠୀ ଲୋକେ ପ୍ରତିବାଦ କରିଥିଲେ ।

ଯେଉଁଥିପାଇଁ ବୁଥ୍ ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଯାଜପୁର ଜିଲ୍ଲାପାଳ ଓ ଏସପି ପହଞ୍ଚି ସ୍ଥିତି ପରଖିଥିଲେ । ସ୍ଥିତି ସ୍ବାଭାବିକ ରହିଥିବା ବେଳେ ପୋଲିସ ମୁତୟନ ହୋଇଛନ୍ତି । ଏ ନେଇ ୩ଟି ବୁଥରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଭୋଟ୍ ବନ୍ଦ ରହିଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com