ଜାତୀୟ

ବିଶ୍ଵାସ ନ ହେଲେ ବି ସତ ! ଗୋଟିଏ ପାଦ ବଢାଇ ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ପାରିବେ

ନୂଆଦିଲ୍ଲୀ() ୟୁରୋପର ବାର୍ଲେ ସହର ଏପରି ଏକ ସ୍ଥାନ ଯେଉଁଠି ଆପଣ ଗୋଟିଏ ଦେଶରେ ଜଳଖିଆ ତିଆରି କରି ପାରିବେ ଓ ଅନ୍ୟ ଦେଶରେ ଯାଇ ଜଳଖିଆକୁ ଖାଇ ପାରିବେ। କେବେଳ ଏତିକି ନୁହେଁ ଗୋଟିଏ ପାଦ ବଢାଇ ଆପଣ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ପାରିବେ।

ବାର୍ଲେ ସହର ନେଦରଲ୍ୟାଣ୍ଡ୍ ଓ ବେଲ୍‌ଜିୟମ ସହର ମଧ୍ୟରେ ଅବସ୍ଥିତ। ଏହି ଦୁଇଟି ଦେଶର ସୀମାରେଖା ବାର୍ଲେ ସହରରେ ଥିବା ଅନେକ ଘର ମଧ୍ୟ ଦେଇ ଯାଇଛି। ତେଣୁ ଏଠାକାର ଲୋକଙ୍କ ଗୋଟିଏ ପାଦ ନେଦରଲ୍ୟାଣ୍ଡରେ ଥିଲେ ଅନ୍ୟ ଗୋଟିଏ ପାଦ ବେଲ୍‌ଜିୟମରେ ରହିପାରେ।

ବାର୍ଲେର ଜନତା ଗୋଟିଏ କ୍ଷଣରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚି ପାରିବେ। କାରଣ ଦୁଇ ଦେଶର ସୀମାରେଖା ତାଙ୍କ ଘରର ମଧ୍ୟ ଦେଇଯାଇଛି। ଏଠାରେ ଥିବା ଅନେକ କ୍ଲବ୍, ରେଷ୍ଟୁରାଣ୍ଟ୍ ଓ କାଫେ ଆଦିର ଅଧାଭାଗ ନେଦରଲ୍ୟାଣ୍ଡରେ ଥିବା ବେଳେ ଅନ୍ୟ ଗୋଟିଏ ଭାଗ ବେଲ୍‌ଜିୟମରେ ଅଛି।

ବାର୍ଲେ ସହରର କିଛି ଅଂଶ ନେଦରଲ୍ୟାଣ୍ଡରେ ଓ ଅନ୍ୟ କିଛି ଅଂଶ ବେଲ୍‌ଜିୟମରେ ଅଛି। ନେଦଲଲ୍ୟାଣ୍ଡ୍ ପାର୍ଶ୍ଵରେ ଥିବା ଅଂଶକୁ ବାର୍ଲେ-ନଶାଉ କୁହାଯାଉଥିବା ବେଳେ ବେଲ୍‌ଜିୟମ ପାର୍ଶ୍ଵରେ ଥିବା ଅଂଶକୁ ବାର୍ଲେ-ହେର୍ଟଗ୍ କୁହାଯାଏ। ସୀମାରେଖାକୁ ଧଳା କ୍ରସ୍ ଦେଇ ଚିହ୍ନଟ କରାଯାଇଛି। ଅନେକଙ୍କ ଘର, ରେଷ୍ଟୁରାଣ୍ଟ, ଦୋକାନ ଭିତର ଦେଇ ଧଳା କ୍ରସ୍ ଯାଇଛି। କେତେକଙ୍କ ପଲଙ୍କ ଧଳା କ୍ରସ୍ ସୀମାରେଖା ଉପରେ ଅଛି। ଅର୍ଥାତ୍ କଡ ଲେଉଥିବା ମାତ୍ରେ ସେଠାକାର ଅଧିବାସୀ ଗୋଟିଏ ଦେଶରୁ ଅନ୍ୟଦେଶକୁ ଯାଇପାରିବେ।

ଖବର ଅନୁସାରେ, ବାର୍ଲେ ସହରର ସବୁକିଛି ଦୁଇଟି ଅଛି। ଯେପରିକି ସହରର ଦୁଇଟି ନାମ। ନଗର ପାଳିକା ଓ ଡାକଘର ଦୁଇଟି ଅଛି। ଅବଶ୍ୟ ଏଗୁଡିକୁ ଗୋଟିଏ ସମିତି ନିୟନ୍ତ୍ରଣ କରିଥାଏ। ଏହି ଅନନ୍ୟ ଓ ହୃଦୟସ୍ପର୍ଶୀ ସୀମାରେଖା ପାଇଁ ଏହି ସହର ଚର୍ଚ୍ଚାରେ ରହିଥାଏ। ପୃଥିବୀସାରା ପର୍ଯ୍ୟଟକ ଏଠାକୁ ଆସି ଏହି ଅନନ୍ୟ ସୀମାରେଖାରେ ଛିଡା ହୋଇ ଫଟୋ ଉଠେଇଥାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com