ଜାତୀୟ

ଆଗରେ ଭାରତୀୟ ଆଇଟି ସେକ୍ଟର, ଚଳିତ ଆର୍ଥିକ ବର୍ଷରେ ଆୟ କରିଛି ୨୦୦ ବିଲିୟନ ଡଲାର

ନୂଆଦିଲ୍ଲୀ() ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀ (ନାସକମ୍) ଅନୁଯାୟୀ, ଭାରତର ଟେକ୍ନୋଲୋଜି କ୍ଷେତ୍ର ଆର୍ଥିକ ବର୍ଷରେ ୨୦୦ ବିଲିୟନ ଡ଼ଲାର ଅତିକ୍ରମ କରି ୨୨୭ ବିଲିୟନ ଡ଼ଲାର୍ କରିଛି । ୩୦ ବିଲିୟନ ଡଲାରର ରାଜସ୍ୱ ଅଭିବୃଦ୍ଧି ସହିତ ଟେକ୍ନୋଲୋଜି ଶିଳ୍ପ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଡିଜିଟାଲ୍ ଏବଂ ନବସୃଜନର ଏକ ମିଶ୍ରଣ ହେଉଛି ଇଣ୍ଡଷ୍ଟ୍ରିର ବିଜୟ ସୂତ୍ର ।

ନାସକମ୍ କହିଛି ଯେ, ପ୍ଲାଟଫର୍ମାଇଜେସନ୍ ଏବଂ XaaS ଟେକନିକ୍ ଗ୍ରହଣ କରିବାରେ ସହାୟକ ହେଉଛି । ରିପୋର୍ଟରେ କୁହାଯଇଛି ଯେ, ଏହି ବର୍ଷ ଷ୍ଟାଟଅପର ବର୍ଷ । ଟେକ୍ ଷ୍ଟାଟ ଅପ୍ ସ୍କେଲ ଆପ ମୋଡକୁ ଡେଇଁପଡିଥିଲା । ଯେଉଁଥିପାଇଁ ଇ-ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଗଭୀର ଅନୁପ୍ରବେଶର ପ୍ରମାଣ ହୋଇଛି ।

ଟେକ୍ ଇଣ୍ଡଷ୍ଟ୍ରି “ହାଇବ୍ରିଡ୍ ୱାର୍କ ମଡେଲ୍” ସହିତ ସମୁଦାୟ ପ୍ରତ୍ୟକ୍ଷ କର୍ମକ୍ଷେତ୍ରରେ ୫ମିଲିୟନ୍ ଅତିକ୍ରମ କରିଛି, ଯାହା ଶିଳ୍ପର ଡିଜିଟାଲ୍ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ । ମୋଟ ରାଜସ୍ୱରୁ ଡିଜିଟାଲର ଅଂଶ ୩୦-୩୨ ପ୍ରତିଶତ ରହିଛି । ୩ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ଡିଜିଟାଲ୍ କୁଶଳୀ ଅଟନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱରl ର ସୋର୍ସିଂ ବଜାରର ଭାରତର ଅଂଶ ବର୍ତ୍ତମାନ ୫୯% ରହିଛି ।

ନାସକମ୍ ସ୍ପଷ୍ଟ କରିଛି ଯେ, ଆସନ୍ତା କିଛି ବର୍ଷ ମଧ୍ୟରେ ଏଣ୍ଟରପ୍ରାଇଜ୍ କ୍ଷେତ୍ର ଭାରତର ୧ ଟ୍ରିଲିୟନ ଡଲାର୍ ଡିଜିଟାଲ୍ ଅର୍ଥନୀତିର ସ୍ୱପ୍ନରେ ୩୫୦-୪୦୦ ବିଲିୟନ ଡଲାର୍ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ନାସକମ୍ ସଭାପତି ଦେବଜାନୀ ଘୋଷ କହିଛନ୍ତି, ଆମର ମିଳିତ ରାଜସ୍ୱ ୨୦୦ ବିଲିୟନ ଡଲାର ଅତିକ୍ରମ କରି ୨୦୨୧ବର୍ଷ ପାଇଁ ଏକ ଭଲ ସାବ୍ୟସ୍ତ ହୋଇଛି । ଏହି ଅଭିବୃଦ୍ଧିରେ ରପ୍ତାନି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଘରୋଇ ବଜାର ଏକ ପ୍ରମୁଖ ଚାଳକ ଭାବରେ ଉଭା ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com