ଅନ୍ତର୍ଜାତୀୟ

କ୍ରୁଜ ଜାହଜରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୮୭ ଯାତ୍ରୀ ଓ କର୍ମଚାରୀ

ରୋମ୍() ଗ୍ରୀସ ଉପକୂଳ ନିକଟସ୍ଥ ଆୟୋନିଆନ ସାଗରରେ ଘଟିଛି ଏକ ଦୁର୍ଘଟଣା । ସମୁଦ୍ରରେ ଯାଉଥିବା ଏକ କ୍ରୁଜ ଜାହାଜରେ ନିଆଁ ଲାଗିଯାଇଛି । ତେବେ ଜାହାଜରେ ଥିବା ପ୍ରାୟ ୨୩୭ ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯିବାରୁ ଏକ ବଡ଼ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇଛି  ।

ମିଳିଥିବା ସୂଚନା ଅନୁସାରେ ୟୁରୋଫେରି ଅଲିମ୍ପିଆ କ୍ରୁଜ ଜାହାଜଟି ଗ୍ରୀସ ଉପକୂଳ ଆୟୋନିଆନ ସାଗରରେ ଥିବାବେଳେ ସେଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହି ଜାହାଜଟି ଗ୍ରୀସର ଇଗୋମେନିସା ବନ୍ଦରରୁ ଇଟାଲିର ବ୍ରିଣ୍ଡିସି ଯାଉଥିଲା । ଇଗୋମେନିସା ହେଉଛି ଗ୍ରୀସର କେତୋଟି ବଡ଼ ବନ୍ଦର ମଧ୍ୟରୁ ଅନ୍ୟତମ ।

ଇଗୋମେନିସା ବନ୍ଦର ଛାଡ଼ିବାର ୯ ଘଣ୍ଟା ପରେ ସେଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ମିଳିବା ପରେ ସେଥିରେ ଉଦ୍ଧାରକାରୀ ଦଳମାନେ ଲାଇଫ୍ ବୋଟ୍ ମାଧ୍ୟମରେ ସମସ୍ତ ୨୩୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଯାତ୍ରୀଙ୍କ ବ୍ୟତୀତ, ଜାହାଜରେ ୫୦ ଜଣ କ୍ରିୟୁ ମେମ୍ବର ବା ଜାହଜ କର୍ମଚାରୀ ଥିଲେ । ସେମାନଙ୍କୁ ମଧ୍ୟ ଲାଇଫ ବୋଟ ମାଧ୍ୟମରେ ଉଦ୍ଧାର କରାଯାଇଛି । ତେବେ ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇଥିବାର କୌଣସି ଖବର ମିଳିପାରି ନାହିଁ । ଯାତ୍ରୀ ଓ କର୍ମଚାରୀମାନଙ୍କୁ କୋର୍ଫୁ ଦ୍ବୀପରେ ଥିବା ହସପିଟାଲକୁ ନିଆଯାଇଛି । ଗ୍ରୀକ୍ ସମ୍ବାଦ ଓ୍ବେବସାଇଟ ପ୍ରୋଟୋ ଥେମାରେ ଅପଲୋଡ ହୋଇଥିବା ଏକ ଭିଡିଓରେ ଜଳୁଥିବା ଜାହାଜର ନିଆଁ ବହୁତ ଉପରକୁ ଉଠୁଥିବା  ଦେଖାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com