ଓଡ଼ିଶା

ଟିଚରସ୍ କପ୍ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, ୦୬/୦୯/୨୦୨୨-  ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ପକ୍ଷରୁ ଗୁରୁଦିବସ ଅବସରରେ ଦୁଇ ଦିନିଆ ଟିଚରସ୍ କପ୍ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଯାଦୁଗର ଟିମ୍ ସହ ଟାଇଟନ୍ ଟିମର ଲଢେ଼ଇ ହୋଇଥିଲା ।

ଏଥିରେ ଜାଦୁଗର ଟିମ୍ ୨୦-୧୫ ଗୋଲ ବ୍ୟବଧାନରେ ଟାଇଟନକୁ ହରାଇ ଚମ୍ପିୟାନ ହୋଇଥିଲା । ଆଜିର ଏହି ହ୍ୟାଣ୍ଡବଲ୍ ଉଦଯାପନୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଷ୍ଟାଡିୟମ ଇନଚାର୍ଜ ଗୋପାଳ ଦାସ ଯୋଗ ଦେଇ ଚମ୍ପିୟାନ ଟିମ ଓ ରନର୍ସପ୍ ଟିମକୁ ସିଲ ପ୍ରଦାନ କରିଥିଲେ । ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ଏବଂ ଆନ୍ତର୍ଜାତିକ ରେଫ୍ରି ତଥା ଏନଆଇଏସ ହ୍ୟାଣ୍ଡ ବଲ କୋଚ୍ ପ୍ରଶାନ୍ତ କୁମାର ରଥ, ଉପଦେଷ୍ଟା ପ୍ରକାଶ ପଣ୍ଡା, କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଓ ସମାଜସେବୀ ପ୍ରିୟବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com