ଅନ୍ତର୍ଜାତୀୟ

ମହିଳାମାନଙ୍କୁ ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧକ୍ଷେତ୍ରକୁ ପଠାଇବେ କୁଏତ୍ ସରକାର!

କୁଏତ୍ ସିଟି: ଏକ ଅଜବ ଆଦେଶ ଜାରି କରି କୁଏତ୍ ସରକାର ଏବେ ଜନତାଙ୍କ ରୋଷର ଶିକାର ହୋଇଛନ୍ତି। କିଛି ଦିନ ପୂର୍ବରୁ କୁଏତ୍ ସରକାର ଦେଶର ମହିଳାମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ସାମିଲ କରିବାକୁ ଘୋଷଣା କରିଥିଲେ। କିନ୍ତୁ ସେମାନଙ୍କୁ ବନ୍ଧୁକ କିମ୍ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦିଆଯାଇ ନଥିଲା। ତେଣୁ ମହିଳାମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ସେମାନେ ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ କିପରି ଲଢିବେ?

କୁଏତର ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି ଅନୁସାରେ ସେନାରେ ସାମିଲ ହେବାପାଇଁ ମହିଳାମାନଙ୍କୁ ଜଣେ ପୁରୁଷ ସମ୍ପର୍କୀୟଙ୍କ ଅନୁମତି ନେବାକୁ ପଡିବ। ଏହା ସହିତ ସେମାନଙ୍କୁ ସବୁବେଳେ ମୁଣ୍ଡକୁ ମଧ୍ୟ ଢଙ୍କି ରଖିବାକୁ ପଡିବ। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ସେଠାକାର ସାମାଜିକ କାର୍ଯ୍ୟକର୍ତ୍ତା (ଏକ୍ଟିଭିଷ୍ଟ୍) ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ସୋସିଆଲ୍ ମିଡିଆରେ ସରକାରଙ୍କୁ ଘେରିଛନ୍ତି।

କୁଏତର ମହିଳା, ସରକାରଙ୍କ ଏହି ନିଷ୍ପତ୍ତିକୁ ‘ଗୋଟିଏ ପାଦ ଆଗକୁ ବଢାଇ, ଦୁଇ ପାଦ ପଛକୁ ପକେଇବା’ ସହ ତୁଳନା କରିଛନ୍ତି। କୁଏତ୍ ଫୁଟବଲ୍ ଆସୋସିଏସନର ମହିଳା କମିଟିର ସଦସ୍ୟ ଓ ପେଶାରେ ଖେଳ ଶିକ୍ଷକ ଥିବା ଗଦର୍ ଅଲି ଖାନ୍ କହିଛନ୍ତି, ଜଣା ନାହିଁ ସରକାର ମହିଳାମାନଙ୍କୁ ସେନାରେ ସାମିଲ କରିବା ପାଇଁ ଏତେ ପ୍ରତିବନ୍ଧକ କାହିଁକି ଲଗାଇଛନ୍ତି?

ଆରବ ଦେଶଗୁଡିକରେ ମହିଳାମାନଙ୍କ ପାଖରେ ଏବେ ବି ମୌଳିକ ଅଧିକାର ନାହିଁ। ସେମାନଙ୍କୁ ନିଜ ଦୈନନ୍ଦିନ ଜୀବନରେ ପରିବାର ତଥା ସମ୍ପର୍କୀୟ ପୁରୁଷଙ୍କ ନିଷ୍ପତ୍ତି ଉପରେ ନିର୍ଭର ହେବାକୁ ପଡିଥାଏ। କିଛି ଦିନ ପୂର୍ବରୁ ହିଁ ସାଉଦି ଆରବରେ ମହିଳାମାନଙ୍କୁ ଗାଡି ଚଳାଇବାର ଅଧିକାର ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com