ଓଡ଼ିଶା

ନଥିଲା ସ୍କୁଲ କିମ୍ବା ଛାତ ଘର, ଗଛମୂଳେ ଟେଣ୍ଟ୍ ବାନ୍ଧି ଭୋଟ ଦେଲେ ଭୋଟର

ଭଞ୍ଜନଗର() ସ୍କୁଲ ନାହିଁ । ସରକାରୀ କୋଠା ବି ନଥିଲା । ବାଧ୍ୟ ହୋଇ ଗଛତଳେ ହେଲା ଭୋଟିଂ । ଭୋଟରମାନେ ତେନ୍ତୁଳି ଗଛ ମୂଳେ ଭୋଟ୍ ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ଅଶୋକପୋଲି ଗ୍ରାମରେ ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଅଶୋକପୋଲି ଗ୍ରାମରେ ରବିବାର ତୃତୀୟ ପର୍ଯ୍ୟୟ ଭୋଟ ଗ୍ରହଣ ହୋଇଥିଲା । ଭୋଟଦାନ ବେଳେ ଦେଖିବକୁ ମିଳିଥିଲା ଏକ ବିରଳ ଦୃଶ୍ୟ l ଗ୍ରାମ ନିକଟରେ ଥିବା ଏକ ତେନ୍ତୁଳି ଗଛ ମୂଳରେ ୪ ନମ୍ବର ୱାର୍ଡର ୧୨୯ ଭୋଟର ଭୋଟ୍ ଦେଇଥିଲେ ।  ଏପରିକି ପୋଲିଂ ପାର୍ଟିଙ୍କ ନିମନ୍ତେ ରହିବାର କୌଣସି ସୁବିଧା ନଥିବାରୁ ସେମାନେ ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଅବସ୍ଥାନ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଓ ସହଯୋଗ କ୍ରମେ କିଛି ଚେୟାର ଏବଂ ଟେବୁଲର ବ୍ୟବସ୍ଥା କରାଯାଇ ଭୋଟ ବାକ୍ସ ରଖାଯାଇଥିଲା l ଏବଂ ଜରିପାଲ ଆଢୁଆଳ ଦେଇ ଭୋଟ କେନ୍ଦ୍ର କରାଯାଇଥିଲା । ଆଖପାଖ ପାହାଡ଼ ଇଲାକାରୁ ଭୋଟର ତେନ୍ତୁଳି ଗଛ ନିକଟକୁ ଆସି ଧାଡି ବାନ୍ଧି ଶୃଙ୍ଖଳାର ସହିତ ମତଦାନ କରିଥିଲେ l

 

ସୂଚନାୟୋଗ୍ୟ, ଧରାକୋଟ ବ୍ଲକର ଏହି ସାବା ପଞ୍ଚାୟତ ମୋଟ ୧୨ଟି ୱାର୍ଡକୁ ନେଇ ଗଠିତ ।  ଏଠାକାର ଭୋଟର ସଂଖ୍ୟା ୨୯୯୦ ହୋଇଥିବା ବେଳେ ଅଶୋକପୋଲି ଏବଂ ପିଲିପଦର ଗ୍ରାମକୁ ରାସ୍ତା ଘାଟ ନାହିଁ ।  ତେଣୁ ପୋଲିଂ ପାର୍ଟି ବହୁତ କଷ୍ଟରେ ସେଠାରେ ପହଁଚି ଗଛ ମୂଳରେ ମତଦାନ କେନ୍ଦ୍ର କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com