ଜାତୀୟରାଜନୀତି

ପଞ୍ଜାବ ନିର୍ବାଚନ: ବିବାହ ଦିନ ଭୋଟ ଦେବାକୁ ଆସିଲେ ବହୁସଂଖ୍ୟାରେ ବରକନ୍ୟା, ଫୁଲତୋଡା ଓ ଚାନ୍ଦୁଆ ଦ୍ଵାରା ବୟସ୍କଙ୍କୁ କରାଗଲା ସ୍ଵାଗତ

ଚଣ୍ଡିଗଡ() ପଞ୍ଜାବରେ ବିଧାନସଭା ନିର୍ବାଚନକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ସକାଳୁ ହିଁ ଭୋଟଦେବାକୁ ଲୋକମାନେ ଧାଡିରେ ଛିଡା ହୋଇଥିଲେ। ଭୋଟଦାନ କେନ୍ଦ୍ରମାନଙ୍କରେ ଅନେକ ମଜାଦାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ଅନେକ ଭୋଟ କେନ୍ଦ୍ରରେ ନବବିବାହିତ ବର ଓ କନ୍ୟା ବାହାଘରର ରାଜକୀୟ ପୋଷାକରେ ଭୋଟ ଦେବାକୁ ଯାଇଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ଜାଗାରେ ବର ତ ଅନ୍ୟ ଜାଗାରେ କନ୍ୟା ବିବାହ ଥିବାରୁ ସଜେଇ ହୋଇ ପାରମ୍ପାରିକ ବିବାହ ପୋଷାକରେ ଭୋଟ୍ ଦେବାକୁ ପହଞ୍ଚିଥିଲେ।

ମିଡିଆ ରିପୋର୍ଟ ଅନୁସାରେ, କପୁରଥଲାରେ ବର ହୋଇଥିବା ସୁମିତ ପାଲ ସିଂହ ନିଜ ବାହାଘର ପୂର୍ବରୁ ଭୋଟ ଦେବାକୁ ପହଞ୍ଚି ଯାଇଥିଲେ। ସୁମିତଙ୍କ ଅନୁସାରେ ସେ ଭୋଟ ଦାନ ପରେ ହିଁ ଅଗ୍ନି ପ୍ରଦିକ୍ଷଣ(ସାତ୍ ଫେରେ) କରିବେ । ଏହିପରି ଅର୍ଶଦୀପ୍ କୌର୍ ମଧ୍ୟ କନ୍ୟା ବେଶରେ ଜିରକପୁରର ନାଭା ଗାଁକୁ ଭୋଟ ଦେବାକୁ ଯାଇଥିଲେ। ପରିବାର ସହ ଜବରଦସ୍ତ ଉତ୍ସାହର ସହ ଭୋଟ ଦେବାକୁ ଯାଇଥିବା ଅର୍ଶଦୀପ, ସମସ୍ତଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ତେବେ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କ ପାଇଁ ପଞ୍ଜାବର ନିର୍ବାଚନ କମିଶନର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଯେଉଁ ଭୋଟର ଘର ପର୍ଯ୍ୟନ୍ତ ଆସିବାକୁ ଅସମର୍ଥ ସେମାନଙ୍କ ପାଇଁ ଅଟୋ ରିକ୍ସା ଓ ମିନି ଭ୍ୟାନର ବ୍ୟବସ୍ଥା କରାଯାଇଥିଲା। ମତଦାନ କେନ୍ଦ୍ରର ଫାଟକ ଠାରୁ ଭୋଟବାକ୍ସ ଥିବା କଠୋରୀ ପର୍ଯ୍ୟନ୍ତ ହ୍ଵିଲ୍ ଚେୟାରର ବ୍ୟବସ୍ଥା କରାଯାଇଥିଲା।

ଏହାଛଡା ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ମହିଳାମାନଙ୍କ ଦ୍ଵାରା ଭୋଟ କେନ୍ଦ୍ରରେ ବୃଦ୍ଧ ଓ ବୃଦ୍ଧାଙ୍କ ସ୍ଵାଗତ ଫୁଲତୋଡା ଦେଇକି କରାଯାଉଥିଲା। ବୃଦ୍ଧାଙ୍କୁ ଭୋଟଦାନ କେନ୍ଦ୍ରକୁ ଯିବାବେଳେ ଚାନ୍ଦୁଆରେ ମହିଳାଙ୍କ ଦ୍ଵାରା ସ୍ଵାଗତ କରାଯାଉଥିଲା ଯେପରି ନବବିବାହିତା କନ୍ୟାଙ୍କୁ ଚାନ୍ଦୁଆରେ ସ୍ଵାଗତ କରାଯାଇଥାଏ। ଭୋଟକେନ୍ଦ୍ରରେ ବ୍ୟାଟେରୀ ଚାଳିତ ଯାନର ବି ବ୍ୟବସ୍ଥା କରାଯାଇଥିଲା। ଏହାଛଡା ସବୁ ଭୋଟଦାତାଙ୍କ ପାଇଁ ମତଦାନ କେନ୍ଦ୍ରରେ ପାଇଁ ମାସ୍କ୍, ସାନିଟାଇଜରର ବ୍ୟବସ୍ଥା କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com