ଓଡ଼ିଶା

ଫେଲ ମାରିଲା ମାଓବାଦୀଙ୍କ ଷଡଯନ୍ତ୍ର : କଲଭର୍ଟ ତଳୁ ଟିଫିନ ବୋମା ଉଦ୍ଧାର କଲେ ଯବାନ

ରାୟଗଡା()  ପଞ୍ଚାୟତ ନିର୍ବାଚନ ବେଳେ ଫେଲ ମାରିଲା ମାଓବାଦୀଙ୍କ ବଡ ଷଡଯନ୍ତ୍ର । ପଣ୍ଡ ହେଲା ମାଓ ଯୋଜନା । ରାୟଗଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା। ଏକ କଲଭର୍ଟ ତଳୁ ଟିଫିନ ବୋମା ଉଦ୍ଧାର କରିଛି ରାଡୟଗଡା ପୋଲିସ।

କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଏହି ଟିଫିନ୍ ବୋମା ଜବତ ହୋଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍ଟ୍ରିୟ କରିଛି।

ପୋଲିସ ଓ ସିଆରପିଏଫର କମ୍ଵିଂ ଅପରେସନ ବେଳେ ଏହି ଟିଫିନ୍ ବୋମାକୁ ଉଦ୍ଧାର କରିଛନ୍ତି। ଯବାନଙ୍କୁ ଟର୍ଗେଟ୍ କରି ମାଓବାଦୀମାନେ ଏହି ଟିଫିନ୍ ବୋମା ଖଞ୍ଜିଥିବା ଅନୁମାନ କରାଯାଉଛି। ତେବେ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ଘଟଣାସ୍ଥଳରେ ଅପରେସନ ଜୋରଦାର କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com