ହିଜାବ୍ ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଜାଏରା ୱାସିମ୍ , କହିଲେ-ଏହା ମୁସଲିମ୍ ମହିଳାଙ୍କ ଚଏସ୍ ନୁହେଁ, ଦାୟିତ୍ବ ଅଟେ
ମୁମ୍ବାଇ() ହିଜାବ୍କୁ ନେଇ ଏବେ ସବୁ ଦେଶରେ ଚର୍ଚ୍ଚା । ମୁସ୍ଲିମ୍ ମହିଳା ଏବଂ ସ୍କୁଲ ଛାତ୍ରୀମାନଙ୍କ ହିଜାବ ପିନ୍ଧିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଅନେକ ବଡ ବଡ ସେଲେବ୍ରିଟି ହିଜାବ ପିନ୍ଧିବାକୁ ନେଇ ନିଜ ନିଜ ମତ ରଖୁଛନ୍ତି। ବର୍ତ୍ତମାନ ଏହି ହିଜାବ୍ କଣ୍ଟ୍ରୋଭର୍ସିକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଜାଏରା ୱସିମ। ଯିଏ କି ଏବେ ବଲିଉଡକୁ ଅଲବିଦା କହିଛନ୍ତି।
ସେ ହିଜାବ ପିନ୍ଧିବାକୁ ନେଇ ନିଜ ମତ ରଖିଛନ୍ତି। ଜାଏରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି। ଏଥିରେ ମୁସ୍ଲିମ୍ ମହିଳାଙ୍କ ହିଜାବ ପିନ୍ଧିବାକୁ ନେଇ ଲାଗି ରହିଥିବା ବିବାଦ ବିଷୟରେ ଲେଖିଛନ୍ତି। ଏହାକୁ ନେଇ ସେ ସମର୍ଥନ କରି କହିଛନ୍ତି, ‘ହିଜାବ ମୁସଲିମ୍ ମହିଳାଙ୍କ ଚଏସ୍ ନୁହେଁ, ଏହା ସେମାନଙ୍କ ଗୋଟିଏ ଦାୟିତ୍ୱ। ହିଜାବ ପିନ୍ଧିଥିବା ମହିଳାମାନେ ଦାୟିତ୍ୱକୁ ପୂରଣ କରନ୍ତି, ଯାହା ସେ ଭଗବାନଙ୍କ ଠାରୁ ପାଇଥାନ୍ତି। ମୁଁ ବି ଜଣେ ମହିଳା, ଆଉ ମୁଁ ମୋ ସମ୍ମାନର ସହ ହିଜାବକୁ ପିନ୍ଧେ। ମୁଁ ଏହି ବ୍ୟବସ୍ଥାକୁ ବିରୋଧ କରୁଛି, ଯେଉଁଠାରେ ମହିଳାଙ୍କୁ ତାଙ୍କ ଧାର୍ମିକ ପରମ୍ପରାକୁ ପାଳନ କରିବା ପାଇଁ ବାରଣ କରାଯାଇ ଏବଂ ହଇରାଣ କରାଯାଉଛି ।
View this post on Instagram
ଏହାକୁ ନେଇ ଜାଏରା ଆହୁରି କହିଛନ୍ତି, ‘ମୁସଲମାନ ମହିଳାମାନଙ୍କ ପ୍ରତି ପକ୍ଷପାତ କରିବା ଏବଂ ସେମାନଙ୍କୁ ଶିକ୍ଷା ଏବଂ ହିଜାବ ମଧ୍ୟରେ ବାଛିବାକୁ କିମ୍ବା ଗୋଟିଏ ଜିନିଷ ଛାଡିବାକୁ ପଡିବ, ଏହା ଅନ୍ୟାୟ। ଏବଳି ଲେଖିଥିବା ପୋଷ୍ଟ ଏବେ ତାଙ୍କର ଖୁବ୍ ଭାଇରାଲ୍ ହେଉଛି ।