ଓଡ଼ିଶା
ବାଲାଟ୍ ପେପରକୁ ଭୁଲ୍ ଭାବେ ଭାଙ୍ଗି ଭୋଟରଙ୍କୁ ଦେଲେ ପୁଲିଂ ଅଫିସର, ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ

ମାର୍ଶାଘାଇ () କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ୍ ବଙ୍ଗାଳପୁରୁ ପଞ୍ଚାୟତର ନୂଆ ଶାସନ ଗାଁରେ ୧୫ ନମ୍ଵର ବୁଥରେ ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ । ସରପଞ୍ଚ ବାଲାଟ ପେପରକୁ ପୁଲିଂ ଅଫିସର ଭୁଲ୍ ଭାବେ ଭାଙ୍ଗି ୧୦୫ ଜଣ ଭୋଟରଙ୍କୁ ଦେଇଥିଲେ । ସରପଞ୍ଚ ପ୍ରାର୍ଥୀଙ୍କ ଅଭିଯୋଗ ପରେ ସରପଞ୍ଚ ଭୋଟକୁ ବନ୍ଦ ରଖିଛି ପ୍ରଶାସନ।