ଜାତୀୟ

ହିଜାବ ପିନ୍ଧି ପରୀକ୍ଷା ଦେବାକୁ ପହଞ୍ଚିଥିବା ଛାତ୍ରୀଙ୍କୁ ବିଶ୍ୱ ହିନ୍ଦୁ ପରିଷଦର ବିରୋଧ, ୧୫ ଅଟକ

ସୁରଟ() କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଗୁଜୁରାଟ ପର୍ଯ୍ୟନ୍ତ ପହଞ୍ଚିଗଲାଣି । ଗୁଜୁରାଟର ସୁରଟ ଅଞ୍ଚଳର ଏକ ସ୍କୁଲ୍‌ରେ ମୁସ୍‌ଲିମ୍‌ ଛାତ୍ରୀ ହିଜାବ ପିନ୍ଧି ଆସିବାକୁ ନେଇ ହିନ୍ଦୁ ସଂଗଠନ ବିରୋଧ କରିଥିବା ଦେଖିବାକୁ ମିଳିଛି । ପୋଲିସ୍‌ ବିବାଦ ବଢ଼ିବାରୁ ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ସଂଗଠନର ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି । ବିବାଦ ଯେପରି ବୃଦ୍ଧି ନପାଏ ସେଥିପାଇଁ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସୁରଟର ବରାଛାରେ ଥିବା ପିପି ସୱାଣି ସ୍କୁଲରେ ଏପରି ଘଟଣା ଘଟିଛି । ମଙ୍ଗଳବାର ୪ରୁ ୫ ମସ୍‌ଲିମ୍‌ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ । ଏହାର ଭିଡିଓ ଉତ୍ତୋଳନ କରି କିଛି ଛାତ୍ର ବିଶ୍ୱ ହିନ୍ଦୁ ପରିଷଦ ସଂଗଠନକୁ ପଠାଇ ଦେଇଥିଲେ । କିଛି ସମୟ ପରେ ସଂଗଠନର କର୍ମକର୍ତ୍ତା ସ୍କୁଲ ପରିସରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଦେଇଥିଲେ । କର୍ମକର୍ତ୍ତା ସ୍କୁଲର ପ୍ରିନ୍ସପାଲ୍‌ଙ୍କ ସହିତ ଏନେଇ ପାଟିତୁଣ୍ଡ କରିଥିଲେ । ଯାହା ପରେ ବିବାଦର ଆରମ୍ଭ ହୋଇଯାଇଥିଲା । ପୋଲିସ୍‌ ପହଞ୍ଚି ସଂଗଠନର ୧୫ ଜଣ ଲୋକଙ୍କୁ ଉଠାଇ ନେଇଥିଲା ।

ସୂଚନା ଥାଉକି, ଗତ ମାସ ଅର୍ଥାତ ଜାନୁଆରୀ ମାସରେ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୬ ଜଣ ଛାତ୍ରୀ ଉଡୁପିର ଏକ ସରକାରୀ କଲେଜରେ ଯେତେବେଳେ ହିଜାବ ପିନ୍ଧି ଶ୍ରେଣୀରେ ପ୍ରବେଶ କରିଥିଲେ ସେତେବେଳେ ଏହାକୁ ନେଇ ବିବାଦ ହୋଇଥିଲା । ଏହି ବିବାଦକୁ ନେଇ କଲେଜ ପ୍ରଶାସନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ବାରଣ କରିଥିଲେ । ତଥାପି ସେମାନେ ଏହାକୁ ପିନ୍ଧି ଆସିଥିଲେ। ତେବେ ଏହି ବିବାଦ ପରେ, ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com