ଜାତୀୟ

ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ନଓ୍ଵାବ ମଲିକଙ୍କ ଭାଇଙ୍କୁ ସମନ କଲା ଇଡି

ମୁମ୍ବାଇ() ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲିକଙ୍କ ଭାଇ କପ୍ତାନ ମଲିକଙ୍କୁ ଡକାଇଛି ବୋଲି ତାଙ୍କ ପରିବାର ଗୁରୁବାର ଦିନ କହିଛନ୍ତି। ଏହି ସମୟରେ, ନଓ୍ଵାବ ମଲିକଙ୍କ ଭଉଣୀ ମଧ୍ୟ ଗୁରୁବାର ଦିନ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ମୁମ୍ବାଇ ଅଣ୍ଡରୱାର୍ଲ୍‌ଡର କାର୍ଯ୍ୟକଳାପ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ନଓ୍ଵାବ ମଲିକଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଆଜି ଗିରଫ ନଓ୍ଵାବ ମଲିକଙ୍କୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି।

Related Articles

Back to top button